ସୋର : ସୋର ମ୍ୟୁନିସିପାଲିଟି ଅଧୀନ ୩ ନଂ ୱାର୍ଡ ଅନ୍ତର୍ଗତ ଷ୍ଟେସନ ନିକଟ ଦଙ୍ଗଲଗଢ଼ିଆ ଆଦିବାସୀ ବସ୍ତି ବାସୀନ୍ଦା ଏବେ ସବୁ ସରକାରୀ ଯୋଜନାରୁ ବଂଚିତ ଅଛନ୍ତି । ନିରକ୍ଷର ଅବହେଳିତ ଏହି ଜନ ଜାତି ଲୋକଙ୍କ ସୁଖଦୁଃଖ ବୁଝି ବାକୁ ଜନ ପ୍ରତିନିଧି କି ପ୍ରଶାସନିକ ଅଧିକାରୀଙ୍କ ପାଖେ ସମୟ ନାହିଁ । କେବଳ ର୍ନିବାଚନ ବେଳେ ମନେ ପଡନ୍ତି ବସ୍ତିବାସିନ୍ଦା । ଏହି ସାହିର ୨୫ ପରିବାର । ସମସ୍ତେ ଅନୁସୂଚିତ ଜନ ଜାତିର । ଜନ ସଂଖ୍ୟା ୨ ଶହରୁ ଉଦ୍ଧ୍ୱର୍ । ଆଶ୍ଚାର୍ଯ୍ୟର ବିଷୟ ମ୍ୟୁନିସିପାଲିଟି ଗଠନକୁ ୪୫ ବର୍ଷ ପୁରିଥିଲେବି ସବୁ ଦିନିଆ ରାସ୍ତାଟିଏ ନାହିଁ । ବହୁ ଆବେଦନ ପରେ ଏଠାରେ ସରକାରୀ ସ୍କୁଲଟିଏ ଥିଲେବି ପିଲା ସଂଖ୍ୟା କମ୍ ଥିବାରୁ ଏଠାରୁ ସ୍କୁଲ ଅନ୍ୟତ୍ର ଉଠାଇ ଦିଆଯାଇଛି । ଏହି ସାହିରେ ଅଙ୍ଗନୱାଡୀ କେନ୍ଦ୍ର ଅନ୍ୟତ୍ର ଅସ୍ଥାୟୀ ଭାବେ ଚାଲୁଛି । ଏହି ବସ୍ତିରୁ ଜଣକୁ ବି ଆବାସ ଯୋଜନାରେ ଗୃହ ଓ ଶୈାଚାଳୟ ର୍ନିମାଣ ସହାୟତା ରାଶି ମିଳିନି । ବସ୍ତିର ୯୦ ପ୍ରତିଶତ ଭୂମିହୀନ ଥିବା ବେଳେ ଜଣକୁ ବି ଜମି ପଟ୍ଟା ମିଳିନି । ଦୁଇଟି ନଳକୂପରୁ ଗୋଟିଏ ଅଚଳ । ଅନେକଙ୍କ ବୟସ ୭୦ ଟପିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ହୋଇଛନ୍ତି । ଭୋଟର ଆଇକାର୍ଡରେ ସେମାନଙ୍କ ଏବେ ଯଥେଷ୍ଟ କମ୍ ଥିବାରୁ ଭତ୍ତାରୁ ବଂଚିତ ହୋଇଛନ୍ତି । ସରକାର ଏବେ ଭୂମିହୀନ, ଦରିଦ୍ର, ଅବହେଳିତ ଜନ ଜାତି ପାଇଁ ଯୋଜନାର ପାହାଡ ତୋଳୁଥିବା ବେଳେ ବାସ୍ତବରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ଜନ ଜାତି ବସ୍ତିରେ ।
