ସୋର : ସୋରରେ ଏବେ ଆଗ ଧାଡିର କରୋନା ଯୋଦ୍ଧା କରୋନା ଆକ୍ରାନ୍ତ । ସୋର ଥାନା ଅଧିକାରିଣୀ ମଧୁମିତା ମହାନ୍ତି, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡା, ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନ୍ଟେଣ୍ଡେଣ୍ଟ ଡ. ସତ୍ୟନାରାୟଣ ନାୟକ, ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ସହ ସୋର ତହସିଲର ରାଜସ୍ୱ ନିରୀକ୍ଷକ ଶ୍ୟାମସୁନ୍ଦର ମାରାଣ୍ଡି ଓ ଶୁଭେନ୍ଦୁଭୂଷଣ ନାୟକ କରୋନା ଆକ୍ରାନ୍ତ ।
ସୋର ଥାନାରେ ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ସହ ତାଙ୍କର ଜଣେ ନାବାଳକ ସନ୍ତାନର ପୋଜିଟିଭ୍ ଚିହ୍ନଟ ହୋଇଛି । ଏଥିସହ ଥାନାର ଏକ କାଳୀନ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଆଉ ଏକ ପର୍ଯ୍ୟାୟରେ ଏପିଆର୍ ଫୋର୍ସଙ୍କ ସ୍ୱାବ ଟେଷ୍ଟ କରାଯିବ । ସେହିପରି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ସହ ପରିବାର ଲୋକେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁ ପରେ କେଦାରପୁର ଅଂଚଳରୁ ସଂଗ୍ରହ ହୋଇଥିବା ୪୪ ସ୍ୱାବରୁ ୨୬ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଛି ।