ସୋର : ସୋର ଥାନା ଥାଲସଡ଼ା ଗ୍ରାମର ଜଣେ ନାବାଳିକା ଘର ବାଡ଼ିକୁ ଯାଇଥିବାବେଳେ ସାପକାମୁଡ଼ାରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ଏହି ଗ୍ରାମର ବୈକୁଣ୍ଠ ଜେନା ବିଲକୁ ଯାଇଥିବା ବେଳେ ସ୍ତ୍ରୀ ଘାସ କାଟିବାକୁ ଯାଇଥିଲେ । ତାଙ୍କର୧୪ ବର୍ଷର ଝିଅ ସରୋଜନୀ ଘରେ ଏକାଥିବା ବେଳେ ବାଡ଼ିକୁ ଯାଇଥିଲେ ଏହି ସମୟରେ ଏକ ବିଷଧର ସାପ କାମୁଡ଼ିଦେବାରୁ ତାଙ୍କୁ ପଡ଼ୋଶୀ ଓ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲା । ସୋର ଥାନା ଏସ୍ଆଇ ସଚ୍ଚିଦାନନ୍ଦ ଗିରି ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରେଇବା ସହିତ ୬୧/୨୦ରେ ଏକ ମକଦ୍ଦମାରୁଜୁ କରି କରି ତଦନ୍ତ କରୁଛନ୍ତି ।