Odisha news

ଯୌତୁକ ପାଇଁ ସ୍ତ୍ରୀକୁ କିରୋସିନିରେ ପୋଡ଼ି ମାରିବାକୁ ଉଦ୍ୟମ

0

ସୋର : ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ପାଞ୍ଚ ବର୍ଷଧରି ବୋହୂକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ପରେ ଶେଷରେ କିରୋସିନ ଢ଼ାଳି ପୋଡ଼ି ମାରିଦେବାକୁ ଘରେ କବାଟ ବନ୍ଦ କରି ରଖିଥବା ବେଳେ ନିଜ ୪ ବର୍ଷର ଝିଅର ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ରକ୍ଷାକରି ମା ୬ ମାସର ଶିଶୁ ସହିତ ଥାନାରେ ଆଶ୍ରୟ ନେଇଥିବା ଜଣାଯାଇଛି ।

ଏହିପରି ଏକ ଘଟଣା ଘଟିଛି ବାସୁଦେବପୁର ଥାନା ଗୁଆଗଡ଼ିଆ ବୀଣାପଦା ଗ୍ରାମରେ । ୨୦୧୫ ମସିହାରେ ଏହି ଗ୍ରାମର ଗିରିଧାରୀ ବେହେରାଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ବେହେରା ସୋର ବ୍ଲକ ସରଶଂଖ ବ୍ରାହ୍ମଣସାହି ଗ୍ରାମରେ ପହଞ୍ଚି ନିଜ ତରଫରୁ ମିଛସତ ତାଙ୍କର କେହି ନଥିବା କହି ବାସନ୍ତୀଙ୍କ ଝିଅ ରଶ୍ମିତାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଧବା ବାସନ୍ତୀ  ପରଘରେ ମୂଲ ଲାଗି ବହୁ କଷ୍ଟରେ ଝିଅକୁ ନିଜର ସାଧ୍ୟ ମୁତାବକ ଲକ୍ଷେରୁ ଅଧିକ ଟଙ୍କାର ଯାନିଯୌତୁକ ଦେଇ ବିବାହ କରେଇଥିଲେ । ବିବାହ ପରେ ତାଙ୍କର ବିମାତା ବୋହୂ ରଶ୍ମିତାକୁ ଆଦୌ ଭଲ ନପାଇବା ସହିତ ନାନା ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଥିଲେ । ତାଙ୍କର ଗୋଟିଏ ୪ ବର୍ଷର ଝିଅ ଥିବା ବେଳେ ୬ ମାସ ତଳେ ଗୋଟିଏ ପୁଅ ଜନ୍ମ ହୋଇଛି ।

ଏଥିରେ ଅଧିକ ଉତକ୍ଷିପ୍ତ ହେଇ ବିମାତା ଶାଶୂ  ମା ଓ ପିଲାକୁ ମାରିଦେବା ପାଇଁ ପୁଅକୁ ଉସ୍କେଇଥିଲେ । ଏଥିରେ ରଶ୍ମିତାର ସ୍ୱାମୀ କାର୍ତ୍ତିକ ମଧ୍ୟ ସାମିଲ ହୋଇ ନିଜ ଶାଶୂଙ୍କଠାରୁ ଅଧିକ ଯୌତୁକ ଆଣିବା ପାଇଁ ମାରପିଟ୍ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ୩୧ ତାରିଖ ଦିନ କାର୍ତ୍ତିକ  ରଶ୍ମିତାକୁ ମାଡ଼ମାରି ଘରେ ଭର୍ତ୍ତି କରି ପୋଡ଼ି ମାରିବା ପାଇଁ କିରୋସିନ ଆଣିବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ୪ ବର୍ଷର ଝିଅ କୌସଳ କରି ବାହାରୁ କବାଟ ଖୋଲି ଦେଇଥିଲା । ଦୁଇ ପିଲାଙ୍କୁ ଧରି ରଶ୍ମିତା ବିଲରେ ପଡ଼ି ବର୍ଷାରେ ତିନ୍ତିବୁଡ଼ି ବାସୁଦେବପୁର ଥାନାରେ ଆଶୟ ନେବା ସହିତ ମା ପାଖକୁ ଖବର ଦେଇଥିଲେ । ବାସନ୍ତୀ ଖବର ପାଇ ବାସୁଦେବପୁର ଥାନାରେ ପହଞ୍ଚି ଝିଅ ଏବଂ ନାତି ନାତୁଣୀଙ୍କୁ ଘରକୁ ଆଣି ଆଜି ସୋର ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି ।

Leave A Reply