Odisha news

ନଈ ସୁଅରେ ଭାଷି ଯୁବକ ମୃତ

0

ସୋର, ୨୮/୮- ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ନହରପଦା ଆଦିବାସୀ ସାହିର ଜଣେ ଯୁବକ ଗତକାଲି ବଡ଼ିସକାଳେ ନିକଟସ୍ଥ ପିତାକାଳିଆ ନଈକୁ ଶୌଚହେବାକୁ ଯାଇଥିବା ବେଳେ ପାଣିସୁଅରେ ଭାସିଯାଇଥିଲେ । ଆଜି ତାଙ୍କ ମୃତଦେହକୁ ବାଇନଣ୍ଡା ହାଇସ୍କୁଲ ନିକଟସ୍ଥ ନଈରୁ ଉଦ୍ଧାର କରାଯାଇଛି ।

ନହରପଦା ଗ୍ରାମର ୰ମାଧ ସିଂଙ୍କ ପୁଅ÷ କାହ୍ନୁ (୩୦) ଗତକାଲି ସକାଳ୍ ୬ଟା ସମୟରେ ନିକଟସ୍ଥ ନଈ ପଠାକୁ ଶୌଚପାଇ ଯାଇଥିଲେ । ଏହାପରେ ବହୁସମୟ ଧରି ସେ ଘରକୁ ନେ‘ରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରି ପାଇ ନଥିଲେ ।

ନଈରେ ଭାସିଯାଇଥିବା ସନେ୍ଦହରେ ଗତକାଲି ଅପରାହ୍ନରେ ନଈରେ ଖୋଜିବା ସହିତ ଅଗ୍ନିଶମ ବାହାନୀକୁ ଖବର ଦେଇଥିଲେ । ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ନପାଇ େ‘ରେଆସିଥିଲେ । ଆଜି ସକାଳେ ବାଇନଣ୍ଡା ମଙ୍ଗରାଜପୁର ହାଇସ୍କୁଲ ନିକଟସ୍ଥ ନଈ ଧାରରେ ଥିବା ଏକ ଗଛରେ ଲାଗିଥିବାଦେଖି ଅଗ୍ନିଶମକୁ ଖବର ଦେବାପରେ ସେମାନେ ପହଞ୍ଚି କାହ୍ନୁର ମୃତହେକୁ ଉଦ୍ଧା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply