Odisha news

ସୋର ବନ୍ୟା ପରିସ୍ଥିତି ସୁଧୁରୁନି, ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ

0

ସୋର, ୨୮/୮- ସୋର ବ୍ଲକ ଅନ୍ତର୍ଗତ କାଂଶବାଂଶ ନଦୀକୂଳ ତଳ ତଳି ଅଂଚଳରେ ଥିବା ହଜାର ହଜାର ହେକ୍ଟର ସଦ୍ୟ ତଳି ରୁଆ ଚାଷ ଜମି ଉପରେ ଦୁଇ ‘ୁଟ ଉଚ୍ଚର ପାଣି ଜମିଛି । କାଂଶବାଂଶ ନଦୀର ଜଳସ୍ତର ସ୍ଥିର ଅଛି । ବୁଧବାର ରାତିରୁ ଦୁଇ ଦିନିଆ ଲଗାଣ ବର୍ଷା ଛାଡିଥିବା ବେଳେ ବନ୍ୟା ପରିସ୍ଥିତିର ସୁଧାର ଆସୁନି ।

ଉପର ମୁଣ୍ଡ ବନ୍ୟା ଜଳ ଏବେ ତଳ ମୁଣ୍ଡରେ ଜମି ରହିଛି । ଏହି ସମସ୍ୟା ସବିରା , ତଳନଗର, ସାଜନପୁର, କେଦାରପୁର, ବାଳଙ୍ଗ, ଟେଣ୍ଟେଇ ଓ ଅନନ୍ତପୁର ପଞ୍ଚାୟତରେ ଏବେ ବନ୍ୟା ପରିସ୍ଥ୍ିତି ଜଟିଳ ହୋଇ ହଜାର ହଜାର ହେକ୍ଟର ଚାଷ ଜମି ବୁଡି ରହିଛି ।

ଏଥି ସହ ମୁଳିସିଂ ଓ ଦହିସଡା ପଞ୍ଚାୟତର ପରିବା ଚାଷରେ ପାଣି ଜମି ରହି ଯଥେଷ୍ଟ କ୍ଷତି ହୋଇଛି । କରୋନା ପାଇଁ ପ୍ରତି ଅଂଚଳର ପ୍ରବାସୀ ଘରକୁ େ‘ରି ଗାଁରେ ଚାଷ କାର୍ଯ୍ୟ କରିଥିବା ବେଳେ ଏହି ଲଘୁଚାପଜନିତ ଲଗାଣ ବର୍ଷା ସେମାନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ସୋର ସହରରେ ଜଳବନ୍ଦୀ ଥିବା ଲୋକଙ୍କ ର୍ଦୁଦ୍ଦଶା ଏବେ କିଛିଟା ହାଲ ହୋଇଥିବା ବେଳେ ଉତ୍ତରେଶ୍ୱର ବାପୁ ନଗର ଓ ମାଟିଆ ପଲା ଛକରେ ଏବେବି କିଛଇ ଲୋକେ ଅସୁବିଧାରେ ଅଛନ୍ତି ।

ଏହି ବର୍ଷାରେ ଦେବଗିରି ପାହାଡ଼ରୁ ବହିଆସୁଥିବା ପାଣି ପ୍ରବାହିତ ହେବା ସମୟରେ ଶଙ୍କରଦାଠାରେ ଆମ୍ବହତା କେନାଲ ଭାଙ୍ଗି ଘୋଡ଼ାଶାଳ, ପିତାକାଳିଆ ଦେଇ କାଂଶବାଂଶକୁ ପ୍ରବାହିତ ହେବା ସମୟରେ ଅଟାସ ବନ୍ଧକୁ ଭାଙ୍ଗିଦେଇଥିଲା । ‘ଳରେ ଏହାର ଆଖପାଖ ବ୍ୟାପ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ଦେଖାଯାଇଛି । ମଧୁସୁଦନପୁର, ସରଶଂଖ, ନଟାପଡ଼ା, ନଦୀଗାଁ, ନିଶ୍ଚିନ୍ତପୁର, ମାଣତ୍ରୀ, ଶିଙ୍ଗାଖୁଣ୍ଟା, ଗୋପୀନାଥପୁର, ମହୁମୁହାଣ, ତଳନଗର, ସବିରା ପଞ୍ଚାୟତ ପର୍ଯ୍ୟନ୍ତ ବହୁ ଗ୍ରାମର ଚାଷଜମି ଜଳମଗ୍ନ ହୋଇ ରହିଛି । ଆସନ୍ତା କାଲି ସୁଦ୍ଧା ବନ୍ୟପାଣି ନିଷ୍କାସିତ ହୋଇନପାରରେ ତେବେ ଧାନ ‘ସଲ ବ୍ୟାପକ କ୍ଷତି ହେବାର ସମ୍ଭାବନା ରହିଛି ।

Leave A Reply