Odisha news

ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା

0

ବେତନଟୀ ୨୮/୮  : କେନ୍ଦ୍ର ସରକାରଙ୍କ ସିଂହଭାବ ଅନୁଦାନ ସହିତ ରାଜ୍ୟ ସରକାରଙ୍କ ସହଭାଗୀତାରେ ଚାଲିଥିବା ଶିଶୁ ବିକାଶ ଯୋଜନାର ସୁଫଳ ଛୋଟ ଶିଶୁମାନଙ୍କ ପାଇଁ ଯାହା ପ୍ରଯୁଜ୍ୟ ତାହା ସଠିକ୍ ଭାବେ ବେତନଟୀ ବ୍ଲକର କୌଣସି ଅଙ୍ଗନବାଡି କେନ୍ଦ୍ର ଓ ଉପକେନ୍ଦ୍ରମାନଙ୍କରେ ପହଞ୍ଚୁନଥିବାର ଅଭିଯୋଗ ହୋଇଛି । ଏପରିକି ଅଙ୍ଗନବାଡି କେନ୍ଦ୍ର ଓ ଉପକେନ୍ଦ୍ରମାନଙ୍କରେ ତାହା ମଧ୍ୟ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ସଂଯୋଜକ ବା ପରିଦର୍ଶନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ସମ୍ପାଦନ କରାଯାଉ ନ ଥିବା ଏବଂ ଅଭିଯୋଗ ଗ୍ରାମବାସୀ ବା ଅଭିଭାବକମାନେ କଲେ ଏହାକୁ ନେଇ ଗାଁରେ ବିବାଦ ସହିତ ଗଣ୍ଡଗୋଳ ହେବା ଭଳି ବଢି ଚାଲିଥିବାର ଦେଖାଯାଉଛି ।

ସରକାରୀ କର୍ତୁପକ୍ଷ ବ୍ଲକ ଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ବା ଉପଜିଲ୍ଲାପାଳ ମଧ୍ୟ ଅଙ୍ଗନବାଡି କେନ୍ଦ୍ରର ସୁପରିଚାଳନା ଲାଗି ଆଦୌ ଗୁରୁତ୍ୱ ଦେଉ ନ ଥିବା ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କର କର୍ମୀମାନେ ରାଜନୈତିକ ପୃଷ୍ଠପୋଶକତା ହାସଲ କରି ଅଭିଭାବକ ବା ଗ୍ରାମବାସୀଙ୍କ ଅଭିଯୋଗ ପତ୍ର ଭୃକ୍ଷେପ ମଧ୍ୟ କରି ନଥାନ୍ତି । ବରଂ ଶିଶୁ ଖାଦ୍ୟ ଠାରୁ ଅନ୍ୟାନ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀମାନେ ବର୍ଷ ବର୍ଷ ଧରି ହଡପ୍ ଓ ବାଟ ମହାରଣା କରି ଚାଲିଛି ବା ଏହି ବ୍ଲକରେ ଅତି ସାଧାରଣ କଥା ହୋଇଯାଇଛି । ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଯୋଗୁଁ ଏହି ବ୍ଲକରେ ଏହା କେବଳ କାଗଜ ପତ୍ର ଓ ଫାଇଲ୍ ରେ ଚାଲିଥିବାର ଦେଖାଯାଇଛି ।

ସେହିପରି ପାଟୁଳିପୁରା ଗ୍ରା.ପ. ଅଧିନସ୍ଥ ଖଣ୍ଡଦେଉଳା ଏବଂ ଯୁଗଳ ଗ୍ରା.ପ. ଅଧିନସ୍ଥ ଉଦିପୁରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ବିଷୟରେ ଯଦି ଅନୁଧ୍ୟାନ କରାଯାଏ, ଏହି କେନ୍ଦ୍ରମାନଙ୍କ ପରି ଅନ୍ୟ ୩୦୦ କେନ୍ଦ୍ରରେ ବି ଅଦେ୍ର୍ଧକ ଖାଦ୍ୟ ସାମଗ୍ରୀ ଠାରୁ ପାଠ ପଢା ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଚାଲିଛି । ଖଣ୍ଡଦେଉଳା ଅଙ୍ଗନବାଡି କେନ୍ଦ୍ର ପରି ଅନେକ କେନ୍ଦ୍ରରେ ନିଜସ୍ୱ କେନ୍ଦ୍ରର ଗୃହ ନ ଥିବାରୁ କେନ୍ଦ୍ରର କର୍ମୀମାନେ ସମସ୍ତ ସାମଗ୍ରୀ ନିଜ ଘରେ ରଖିଥାନ୍ତି । ଏହି ବ୍ଲକରେ ଖେଳନା ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲେ ବି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯାଉଥିବାର ଦୃଷ୍ଟାନ୍ତ ନାହିଁ ।

ଏହି ଗାଁରେ ଥିବା ନୋଡାଲ୍ ସ୍କୁଲ୍ ଘର ଗୁଡିକ ଛାତ୍ର ସଂଖ୍ୟା କମ୍ ଥିବାରୁ ଖାଲି ପଡିଥିଲେ ବି ଗାଁ ଲୋକଙ୍କ ଦାବି ସତ୍ତ୍ୱେ ଅଙ୍ଗନବାଡି କେନ୍ଦ୍ର ଏଠାକୁ ସ୍ଥାନାନ୍ତର ନ ହୋଇ କର୍ମୀଙ୍କ ନିଜ ଘରେ ଚାଲିଥିବାର ଦେଖାଯାଇଛି । ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ କର୍ମୀମାନେ ଗାଁ ଲୋକଙ୍କୁ ତଥା ପରିଚାଳନା କମିଟୀକୁ ଭୁଲ ତଥ୍ୟ ଦେବା ସହିତ କରୋନା କଟକଣା ପାଇଁ ଆବଶ୍ୟକ ସାମଗ୍ରୀ ଆସୁ ନ ଥିବା କହି ଅଭିଭାବକମାନଙ୍କୁ ଫାଙ୍କୁଥିବାର ଅଭିଯୋଗ ହୋଇଛି ।

ସରଳ ନିଷ୍କପଟ ଶିଶୁମାନଙ୍କୁ ପ୍ରାକ୍ ଶୈଶବ କାଳରୁ ଶିକ୍ଷାଦାନ ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହୋଇଥିଲେ ବି ବ୍ଲକ ସ୍ତର ଠାରୁ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ବାଟମାରଣା ଚଳାଇ ସରକାରୀ ଯୋଜନାକୁ ଏହି ବ୍ଲକରେ ଭଣ୍ଡୁର୍ କରିଥିଲେ ବି ଜିଲ୍ଲା ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବାରୁ ଏହା ଯେ ବିଫଳ ହେବାକୁ ବସିଛି । ଏହା କ୍ରମଶଃ ପ୍ରମାଣିତ ହୋଇ ସାରିଛି ।

Leave A Reply