Odisha news

ନର୍ସିଙ୍ଗ୍ ହୋମରେ ଚିକିତ୍ସା ଅବହେଳାରୁ ପ୍ରସୁତୀଙ୍କ ମୃତ୍ୟୁ ନେଇ ଥାନାରେ ଅଭିଯୋଗ

0

ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କନ୍ୟାଶ୍ରମ ଛକ ନିକଟରେ ଥିବା ଏକ ନର୍ସିଙ୍ଗ୍ହୋମ୍ରେ ଚିକିତ୍ସା ଅବହେଳାରୁ  ପ୍ରସବ ପରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାମୀ ସୋର ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଭୋଗରାଇ ଥାନା ଅଧୀନ ମାଟିଦେଖା ଗ୍ରାମର ଗଗନ ଜେନାଙ୍କ ଗର୍ଭବତୀ  ପତ୍ନୀ ସ୍ୱାଗତିକା(୨୨) ଖଇରା ଅଂଚଳରେ ଥିବା ବାପ ଘରେ ରହୁଥିବା ବେଳେ ଗତ ୨୦ ତାରିଖରେ  ଗର୍ଭ ଯନ୍ତ୍ରଣା ଅନୁବଭ କରିବାରୁ ତାଙ୍କୁ ସୋରସ୍ଥ ଏକ ନର୍ସିଙ୍ଗ୍ହୋମରେ ଭର୍ତ୍ତି କରିଥିଲେ । ଗତ ୨୧ ତାରିଖ ସଧ୍ୟାରେ ସ୍ୱାଗତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ପେଟରେ ଅସଯ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ।

ଏହି ଏହି ନର୍ସିଙ୍ଗ୍ହୋମ୍ ପକ୍ଷରୁ ଡିସ୍ଚାଯଁ କରାଯାଇ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେବାକୁ ନର୍ସିଙ୍ଗ୍ହୋମ୍ର ଡାକ୍ତର ପରାମର୍ଶ ଦେଇଥିଲେ । ସେହି ଅନୁଯାୟୀ ସ୍ୱାଗତିକାଙ୍କୁ ଭୂବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏହି ଖବର ପାଇ ମୃତ ପ୍ରସୂତୀଙ୍କ ସଂପର୍କୀୟ ସୋରର ସଂପୃକ୍ତ ନର୍ସିଙ୍ଗ୍ହୋମ୍ରେ ପହଞ୍ଚି ଚିକିତ୍ସା ଅବହେଳା ନେଇ ଆପତ୍ତି କରିବା ପରେ ଗଗନ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି । ସୋର ସହରସ୍ଥ ନର୍ସିଂହୋମ୍ରେ ଏମିତି ଅନେକ ଚିକିତ୍ସା ଅବହେଳା ମୃତ୍ୟୁ ହେଉଥିଲେବି ଅଦ୍ୟାବଧି ଏନେଇ ସଂପୃକ୍ତ ବିଭାଗୀୟ କର୍ତ୍ତୁପକ୍ଷଙ୍କ ତର‘ରୁ କୈାଣସି ବିଧିବଦ୍ଧ ପଦକ୍ଷେପ ନିଆଯାଉନଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply