ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଇପୁର ଗ୍ରାମରେ ରାଷ୍ରୀୟ ସ୍ୟଂ ସେବକ ସଂଘ ପକ୍ଷରୁ ଗୁରୁ ଦକ୍ଷିଣା ଉତତ୍ସବ ପାଳିତ ହୋଇଯାଇଛି । କରୋନା କଟକଣା ପାଇଁ ସାମାଜିକ ଦୂରତା ରକ୍ଷା କରାଯାଇ ଅଳ୍ପ ସଂଖ୍ୟକ ସ୍ୱୟଂ ସେବକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାମୁହିକ ସଂଗୀନ ଗାନ୍ ଓ ଧ୍ୱଜ ଉତ୍ତଳନ ପରେ ଗୈରିକ ଧ୍ୱଜ ତଳେ ଦକ୍ଷିଣା ପ୍ରଦାନ କରିଥିଲେ ସ୍ୱୟଂ ସେବକ ।
ଅଧ୍ୟାପକ ବିକ୍ରମ କେଶରୀ ମହାପାତ୍ର ବୈାଦ୍ଧିକ ପ୍ରଦାନ କରିବା ପରେ ସଂଘ ପ୍ରାର୍ଥନା କରାଯାଇଥିଲା । ଅବସରପ୍ରାପ୍ତ ପ୍ରାଧ୍ୟାପକ ପଦ୍ମଲୋଚନ ଦ୍ୱିବେଦୀ, ଆଇନ୍ଜୀବୀ କାହ୍ନୁଚରଣ ବେବହେରା, ଶଙ୍କର୍ଷଣ ପଣ୍ଡା, ଡମ୍ବରୁଧର ନାୟକ, ପ୍ରଭାଷ ଚନ୍ଦ୍ର ମହାପାତ୍ର ଓ ଶ୍ରୀଧର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
