ସୋର : ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ୱଭାବିକ୍ ଭାବେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଔପଦା ଥାନା ଅଧୀନ ପ୍ରତାବପୁର ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଗ୍ରାମର ଦୀନବନ୍ଧୁ ବେହେରାଙ୍କ ପୁଅ ପୀତାମ୍ବର ଗତକାଲି ରାତିରେ ଭଲରେ ଖାଇପିଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଛାତିରେ ଅସଯ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ।
ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାରେ ଭୋର ସମୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ହେବାର ଅଳଳ୍ପ ସମୟ ମଧ୍ୟରେ ପୀତାମ୍ବରଙ୍କର ମୃତ୍ୟୁ ହୋଇଥିଲା । ଔପଦା ପୁଲିସ କେସ୍ ନଂ ୮/୨୦ରେ ଅପପମୃତ୍ୟୁ ମାମଲା ରୁଜୁ ପରେ ।ô ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି ।