ସୋର 16/10/23:-ଆଜି ସୋର ପୌରପାଳିକା ପକ୍ଷରୁ ବଜାର ର ରାସ୍ତା ପାର୍ଶ୍ଵ ଉଠା ଦୋକାନୀ ଯେଉଁ ମାନେ ଅସ୍ଥାୟୀ ଛପର କରି ବ୍ୟବସାୟ କରୁଥିଲେ ସେମାନଂକୁ ପୌରପାଳିକା ତରଫରୁ ନୋଟିସ ଦିଆଯାଇଥିଲେ ହେଁ ତାହାକୁ ସମୟ ସୀମା ମଧ୍ୟରେ ନ ଉଠାଇ ବାରୁ ପୌରପାଳିକା ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୌର ପାଳିକା କର୍ମଚାରୀ ଜେସିପି ଦ୍ୱାରା ଉଛେଦ କରାଯାଇଛି..ଡାକ୍ତର ଖାନା ଛକ ଠାରୁ ମୋବାରକପୁର ଛକ ପର୍ଯ୍ୟନ୍ତ ରାସ୍ତା ଅବରୋଧ କାରି ଦୋକାନ ଉଛେଦ କରାଯାଇଛି..ଉଛେଦ ବେଳେ ଗଣ୍ଡଗୋଳ ଆଶଙ୍କା କରି ସ୍ଥାନୀୟ ପୋଲିସ ଫୋର୍ସ ଉପସ୍ଥିତ ଥିବା ଦେଖାଯାଇଥିଲା…ପ୍ରକାଶ ଥାଉ କି ଉତ୍ତରେଶ୍ୱର ବଜାର ଛକ ଦୈନିକ ଦୈନିକ ମାର୍କେଟ ଛକ ରାସ୍ତା ର ଦୁଇ ପାର୍ଶ୍ଵ ରେ ଥିବା ସ୍ଥାୟୀ ଦୋକାନୀ ନିଜ ଦୋକାନ ଠାରୁ ଦୁଇ ଫୁଟ କିମ୍ବା ତିନି ଫୁଟ ରାସ୍ତା ଉପରକୁ ଦୋକାନ ମେଲାଇଥିବା ବନେଇ ଯାନବାହାନ ଚଳା ଚଳ ରେ ବାଧା ଆସୁଛି…ଯଦିଓ ଆଜି ରାସ୍ତା ପାର୍ଶ୍ଵ ଦୋକାନୀ ଉଛେଦ ବେଳେ ସେମାନଙ୍କ ଦୋକାନ ପଦାର୍ଥ ଦୋକାନ ଭିତରକୁ ଉଠାଇ ନେଇଥିଲେ.. କିନ୍ତୁ ପ୍ରଶ୍ନ ଉଠେ ଏପରି ଅବସ୍ଥା ଆଜି ଦିନ କ ପାଇଁ ନା ସବୁଦିନ ପାଇଁ ତାହା ସାଧାରଣ ରେ ଆଲୋଚନା ହୁଏ…ଯଦିଓ ଆଗକୁ ପୂଜା ବଜାର ନେଇ ରାସ୍ତା ପାର୍ଶ୍ଵ ର ଉଠା ଦୋକାନୀ କୁ ଉଛେଦ କରାଗଲା..ସେମାନେ ବର୍ତମାନ କରିବେ କଣ ? ଉଛେଦ ପୂର୍ବରୁ ସେମାନଙ୍କ ପାଇଁ କୌଣସି ସ୍ଥାନ ନିରୂପଣ କରିବା ପୌରପାଳିକା ର ନିର୍ବାଚିତ ଲୋକ ପ୍ରତିନିଧି ବିଚାର କରିବା ଉଚିତ ନୁହେଁ କି? କାରଣ ଏମାନେ ରୋଜଗାର ବିହୀନ ବେକାର..