Odisha news

ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ବିଭୂତି ସଂଗ୍ରହ।

0
ସାକ୍ଷୀଗୋପାଳ : ଶ୍ରୀ  ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପ୍ରଥମ ପର୍ବ ଏବଂ ବିଭୂତି ସଂଗ୍ରହ ନୀତି ପାରମ୍ପରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ  ହୋଇଯାଇଛି । ଆଜି  ଆଶ୍ୱିନ ମାସ ଶୁକ୍ଳ ପକ୍ଷ    ଦ୍ଵିତୀୟା  ତିଥିର ଅମୃତ  ବେଳାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପ୍ରଭୁ ବରାଳଙ୍କ ଚାରିଘରିଆ ସେବାୟତ ଙ୍କ ପକ୍ଷରୁ ବରିଷ୍ଠ ସେବକ ପ୍ରଫୁଲ ଚନ୍ଦ୍ର ମହାପାତ୍ରଙ୍କ ସହିତ   କାଳେସୀ  ଅଂଶ ସେବାୟତ ଓ ଠାକୁରଙ୍କ ସମସ୍ତ ସେବାୟତ,ବ୍ରାହ୍ମଣ ସେବାୟତ ,କାହାଳିଆ ,ଛତ୍ରୀଧାରୀ  ,ଜ୍ୟୋତିଷ ,ବାଦ୍ୟକାର  ,ଶଙ୍ଖୁଆ, ମହୁରୀଆ ,ଘଣ୍ଟୁଆ ଆଦି ସେବକ ବିଭୂତି ଦଣ୍ଡା କୁ ଯାଇ ବିଭୂତି   ସଂଗ୍ରହ କରିଥିଲେ  । ଏହି ନୀତିପାଇଁ  ସୋମବାର ୬ ଘଟିକା ଠାରୁ ୭ ଘଟିକା ମଧ୍ୟରେ ଗ୍ରାମର ପ୍ରତ୍ୟେକ ଘରୁ ଜଣେ ଲେଖାଏଁ  କରି ସମୁଦାୟ ୨୫୦ ରୁ ଉର୍ଦ୍ଧ୍ବ   ପ୍ରତ୍ୟେକ  ବର୍ଗର ସେବାୟତ ହାତରେ ଢାଳ ,ମାଳ ଫୁଲ ଚନ୍ଦନ, କର୍ପୂର ,କେଶର ,ବେଲପତ୍ର ,ସମୀପତ୍ର ,ଧରି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ପରେ ଠାକୁରଙ୍କ ଆଶ୍ରିବାଦ ସହ ମନ୍ଦିରରେ ପ୍ରତିଷ୍ଠିତ ଆଦିମାତା  ଦୁର୍ଗାଙ୍କ  ପ୍ରାଙ୍ଗଣରେ  ଉପସ୍ଥିତ ହୋଇ ମା ଙ୍କ ଠାରୁ ଆଜ୍ଞା ମାଳ କାଳେସି ଯୁଧିଷ୍ଠିର ମହାପାତ୍ର ଧରି ଅନ୍ୟ ସେବକଙ୍କ ସହ ବିଭୂତି ଦଣ୍ଡା କୁ ଯାତ୍ରା କରିଥିଲେ l   ବିଭୁତି ଦଣ୍ଡାରେ   ଠାକୁରଙ୍କ ବଟ ବୃକ୍ଷ କୁ ବରଣ କରିଥିଲେ  । ହରିବୋଲ ,ହୁଳହୁଳି ,ବାଦ୍ୟ ଦ୍ୱାରା ଦଣ୍ଡାକୁ ପୂଜାର୍ଚ୍ଚନା କରି ବିଭୂତି ଖୋଳା ଆରମ୍ଭ କରାଯାଇଥିଲା ।ଏହା ପରେ ଉକ୍ତ ବିଭୂତି କୁ ସେବାୟତ ମାନେ ମନ୍ଦିର କୁ ଆଣିଥିଲେ ।ଏହି ବିଭୁତି କୁ ଧରି  ମନ୍ଦିର କୁ ଆଣିବା  ପରେ ମନ୍ଦିର ବେଢାରେ ଏହି ବିଭୂତି କୁ ସୁଖାଯାଇଥିଲା । ଏହି ବିଭୂତି କୁ ଦ୍ଵିତୀୟା ତିଥି   ଠାରୁ ଆରମ୍ଭ କରି ଷଷ୍ଠୀ ତିଥି ପର୍ଯ୍ୟନ୍ତ ସୁଖାଯାଇ ସପ୍ତମୀ ତିଥିରେ ନିଜ ଘରକୁ ନେଇ ଢ଼ିଙ୍କିରେକୁଟି ସେଥିରେ ବିଭିନ୍ନ ସାମଗ୍ରୀ ମିଶ୍ରଣ କରି  ସେବାୟତ ଙ୍କ ଠାକୁର ଘରେ ଚାରିପୂଜା ବସାଯିବ। ତାହା ନିକଟରେ ଦୈନନ୍ଦିନ  ଧୂପ ଦୀପ ଭୋଗ ଲଗାଯାଇ ଦଶମୀ ଦିନ ପ୍ରଭୁ ବାଲୁଙ୍କେଶ୍ୱରଙ୍କ ଧୂପ ନୀତି ସରିଲାପରେ ପ୍ରଥମେ ଠାକୁରଙ୍କର ଶକ୍ତି ଉପରେ ଏହି ବିଭୂତି କୁ  ସେବାୟତ ମନେ ଲାଗି କରାଇବା ସହିତ ବେଢାରେ ପ୍ରତିଷ୍ଠିତ ସମସ୍ତ ଦେବା ଦେବୀ ଙ୍କ ମସ୍ତକରେ ଲାଗି କରିବେ । ଏହା ପରେ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ଦୋଳରେ ବସାଇ  ଗ୍ରାମ ପରିକ୍ରମା କରି ଗ୍ରାମ ପରିକ୍ରମା କରି ଗ୍ରାମର ବେଦୀରେ ଦୋଳ ସହ ବସାଇ ଠାକୁରଙ୍କ ଧୂପ ନୀତି  ସମ୍ପାଦନ କରାଯାଇ ଠାକୁର ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ । ଆସିଲା ବେଳେ ଠାକୁର ଙ୍କ ସିଂହ ଦ୍ୱାର ଅରୁଣ ସ୍ତମ୍ଭ ପାଖରେ ନୂତନ ଧାନ ଓ ପୂର୍ଣ୍ଣ କୁମ୍ଭ ରେ ଭର୍ତ୍ତି ଥିବା ଧାନ କୁ ସିଂହ ଦ୍ୱାର ଚକଡ଼ା ରେ ପାଣି ସହିତ ବିଞ୍ଚା ଯିବ ଏହି ଧାନ କୁ ପ୍ରତେକ ସେବାୟତ ଓ ଉପସ୍ଥିତ ଭକ୍ତ ମାନେ ଘରେ ଲଷ୍ମୀ ବୃଦ୍ଧି ପାଇଁ ଗୋଟାଇ ନେଇଥାନ୍ତି ।ଏହା ପରେ ଠାକୁର ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ୪ ଘରିଆ ସେବାୟତ ଙ୍କର ମୁଖ୍ୟ ଓ ବରିଷ୍ଠ ସେବକଙ୍କୁ ଠାକୁରଙ୍କ କୋଠ ଭଣ୍ଡାର ରୁ  ଗୋଟିଏ ନୂଆ ଶାଢ଼ୀ ଆଣି ଠାକୁର ଙ୍କ ଶକ୍ତିରେ  ଲାଗି କରାଇ  ଆଶୀର୍ବାଦ  ପଗଡ଼ି ଓ କାଳେସି ବଂଶ ର ସେବକ ଆଣି ଗୁହାରୀ ଆ ପଡିଥିବା ବରିଷ୍ଠ ସେବାୟତ ଙ୍କ ମୁଣ୍ଡରେ ବାନ୍ଧିଦେବେ  ।
Nalco
Leave A Reply