ସୋର,୨୫/୭: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ଓ ଗୋପାଳପୁର ଅବକାରୀ ବିଭାଗ ତରଫରୁ ସୋରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆ ଓ ଗୋପାଳପୁର ଓଆଇସି ସତ୍ୟସୁନ୍ଦର ମଲିକଙ୍କ ନେତୃତ୍ୱରେ ଏକ ଟିମ ବାଗୁଡି ଛକରେ ପେଟ୍ରୋଲିଂ କରୁଥିବା ବେଳେ ଦିଗିଭଅଁରା ଗ୍ରାମର ଗୋପୀନାଥ ନାୟକ ବାଗୁଡିରୁ ସୋର ଅଭିମୁଖେ ଓଡ଼ି ୦୧ ଏବି ୦୯୬୧ ନମ୍ବର ବିଶିଷ୍ଟ ପଲସର ବାଇକ ଯୋଗେ ୧୦୦ ଲିଟର ଦେଶୀମଦ ଚାଲାଣ କରୁଥିବା ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଯାଞ୍ଚ କରିବା ସହିତ ତାଙ୍କ ଠାରୁ ୧୦୦ ଲିଟର ଦେଶୀମଦ ଓ ବାଇକ ଜବତ କରି ଗିରଫ କରିଥିଲେ. ସେହିପରି ସିଙ୍ଗାଖୁଣ୍ଟା ପଂଚାୟତ ନୂଆଗାଁ ଗ୍ରାମର ଚିତ୍ତରଞ୍ଜନ ଜେନାଙ୍କ ନିକଟରୁ ୨୦ ଲିଟର ,ଗୟାଧର ଦଳେଇ ନିକଟରୁ ୮୦ଲିଟର, ବଂଶୀଧର ଜେନା ନିକଟରୁ ୬୦ ଲିଟର , ବରହମପୁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ନିକଟରୁ ୨୫ ଲିଟର, ବରଜଦେଉଳି ଗ୍ରାମର ଶାରତି ମାଝୀ ନିକଟରୁ ୫ ଲିଟର ଓ ତାଳପଦା ଗ୍ରାମର ବାସନ୍ତୀ ମଳିକ ନିକଟରୁ ୫ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ଅପରାହ୍ଣରେ ଡାକ୍ତରୀମାଇନା ପରେ ସମସ୍ତ ସାତ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଇଯାଇଥିଲା। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ରମେଶ ଚନ୍ଦ୍ର ବାରିକ, ମିନତୀ ଜେନା, କିଶୋର ରାଉତ, ଆଲୋକ ଖଟୁଆ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା, ସତ୍ୟବ୍ରତ ସାହୁ, ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
