Odisha news

ପାଣିରେ ବୁଡି ବୃଦ୍ଧ ମୃତ

0

ସୋର,୨୫/୭ ସୋର ଥାନା ଅଂଜି ପଂଚାୟତ ଜୟନଗର ଗ୍ରାମର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଏହି ଗ୍ରାମର ଅନିରୁଦ୍ଧ ରାଉତ (୬୫) ଆଜି ସକାଳେ ଶୌଚ ହେବା ପାଇଁ ଘର ନିକଟରେ ଥିବା ଏକ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ପୋଖରୀରେ ବୁଡି ଯାଇଥିବାର ଜାଣିପାରି ଗ୍ରାମବାସୀ ଓ ପରିବାର ଲୋଜେ ଜାଣିପାରି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ୪୨/୨୩ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Nalco
Leave A Reply