ସୋର,୨୫/୭ ସୋର ରେଳଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଶୌଚାଳୟ ନିକଟରୁ ଆଜି ଅପରାହ୍ଣରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ଜଣେ ବ୍ୟକ୍ତି ରେଳ ଷ୍ଟେସନ ପରିସରରେ ବୁଲୁଥିବାର କିଛି ଲୋକ ଦେଖିଥିବା ବେଳେ କିଛି ଘଣ୍ଟା ବ୍ୟବଧାନ ପରେ ବ୍ୟକ୍ତି ଜଣଙ୍କ ରେଳଷ୍ଟେସନର ଏକ ନମ୍ବର ପ୍ଲାର୍ଟଫର୍ମ ର ଶୌଚାଳୟ ନିକଟରେ ପଡିଥିବାର ଦେଖି ରେଳ ଯାତ୍ରୀ ମାନେ ଆରପିଏଫ କର୍ମଚାରୀଙ୍କୁ ଖବର ଦେଇଥିଲେ। ଏହା ଦେଖି ଆରପିଏଫ କର୍ମଚାରୀ ମାନେ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।ଖବର ପାଇ 108 ଆମ୍ବୁଲାନ୍ସ ରେଳ ଷ୍ଟେସନରେ ପହଞ୍ଚିବା ପରେ ଆରପିଏଫ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାଲେଶ୍ୱର ଜିଆରପି ପୁଲିସ ସୋର ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇ ଶବ ଗୃହରେ ରଖିଥିବା ଜଣାପଡିଛି।
