ଆଠଗଡ଼ ତା ୨୫-୭-୨୩ ମଙ୍ଗଳବାର ଦୀର୍ଘଦିନ ଧରି ଆଠଗଡ ଅଞ୍ଚଳ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଟଣାରୁ ପ୍ରକାଶ ଆଠଗଡ଼ ଦେଇ ଅନେକ ରେଳଗାଡ଼ି ଯାଅ ଆସ କରୁଛି। କିନ୍ତୁ ବଡ଼ ଦୁଃଖର ବିଷୟ ଯେ ପୁରୀ ସମ୍ବଲପୁର ଇଣ୍ଟରସିଟି, ରାଉଲକେଲା ଭୁବନେଶ୍ୱର ଇଣ୍ଟରସିଟି ଓ ପୂରୀ ହାଉଡା ପାସେଞର ରେଳଗାଡ଼ି ଦୀର୍ଘ ଦିନ ହେବ ଚାଲୁଅଛି ହେଲେ ଆଠଗଡ଼ ର ଘଣ୍ଟିଖାଲ,ନିଧିପୁର ରେ ଏହି ରେଳଗାଡ଼ି ଗୁଡ଼ିକ ରହଣୀର ବ୍ୟବସ୍ଥା ନଥିବାରୁ ସାଧାରଣ ଯାତ୍ରୀମାନେ ଯିବା ଆସିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଠଗଡ଼ ର ବିଜେପି ନେତା ଅଭୟ କୁମାର ବାରିକ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ତାଙ୍କ ବାସଭବନରେ ଦେଖାକରି ଲିଖିତ ଭାବେ ଜଣାଇଥିଲେ। ପରେ ମନ୍ତ୍ରୀ ସଂଗେ ସଂଗେ ରେଳବିଭାଗ ଅଧଖ୍ୟ ଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପରେ ଖୁବ୍ ଶୀଘ୍ର ଏହି ରେଳଗାଡ଼ି ଗୁଡ଼ିକ ଉକ୍ତ ଷ୍ଟପେଜ ମାନଙ୍କରେ ରହଣୀ ର ବ୍ୟବସ୍ଥା କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଙ୍କ ର ଏହି ଯଥାଶୀଘ୍ର ପଦକ୍ଷେପ କୁ ଆଠଗଡ଼ ବାସୀ ଙ୍କ ତରଫରୁ ଶ୍ରୀ ବାରିକ ସାଧୁବାଦ ଜଣାଇଥିଲେ।
