ସୋର,୨୫/୬ : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ସୋର ଥାନା 16 ନମ୍ବର ଜାତୀୟ ରାଜପଥ ଦହିସଡା ଛକ ନିକଟରେ ଚଢ଼ାଉ କରାଯାଇ ସ୍କୁଟି ସହ ବିୟର ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଏହି ଛକ ନିକଟରେ ଆଜି ପୂର୍ବାହ୍ନରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୁରୁଡ଼ା ଗ୍ରାମର ପ୍ରଶାନ୍ତ କୁମାର ମଲିକ ଓଡି ୦୧ କେ ୬୪୭୩ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ସୋର ଅଭିମୁଖେ ଆସୁଥିବା ବେଳେ ଏହି ଟିମ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସ୍କୁଟିରେ ୧୦ ଲିଟର ବିୟର ଚାଲାଣ ହେଉଥିବା ଜାଣିପାରି ସ୍କୁଟି ସହ ବିୟରକୁ ଜବତ କରିବା ସହିତ ପ୍ରଶାନ୍ତ କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ, ଆଲୋକ ଖଟୁଆ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା, ସତ୍ୟବ୍ରତ ସାହୁ, ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
