Odisha news

ଆଶିଷ ଙ୍କ ଚିକିତ୍ସା ପାଈଁ ଅର୍ଥ ସାଜିଛି ବାଧକ : ଦୁଇଟି କୀଡୀନି ପ୍ରତ୍ୟାରୋପଣ ପାଈଁ ଲକ୍ଷାଧିକ ଟଙ୍କା ଆବଶ୍ୟକ

0
ଅସ୍ତରଙ୍ଗ ୨୫/୦୬/ –  ଶଯ୍ୟାଶାୟୀ ଅବସ୍ଥାରେ ପଡିଛନ୍ତି ଆଶିଷ କଟକରେ ରହି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଦୀର୍ଘ ଚାରି ବର୍ଷ ହେଲା ଦୁଃଖର କଳା ବାଦଲ ଭଳି କୀଡୀନି ରୋଗରେ ଆକ୍ରାନ୍ତ ହେଲେ ଆଶିଷ। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଯେତେବେଳେ ରୋଗ ଶଯ୍ୟାରେ ପଡ଼ିରହିଛି ସେତେବେଳେ ପୂରା ପରିବାର ଅସହାୟ ହୋଇପଡିଛନ୍ତି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଂଚାୟତ ଆଳଙ୍ଗପୁର ଗ୍ରାମର ଆଶିଷ ଲେଙ୍କା , ପରିବାର କହିଲେ ସ୍ତ୍ରୀ, ବାପା ଓ ମା।କଟକରେ କାମ କରି ନିଜ ପରିବାର ଚଳାନ୍ତି ଆଶିଷ। ହସ ଖୁସିରେ ଚଳୁଥିବା ଏ ପରିବାର ଉପରକୁ ଏଵେ କାହା ନଜର ଲାଗିଯାଇଛି। ଦୁଃଖର କଳା ବାଦଲ ପରିବାର ଉପରକୁ ଏଵେ ମାଡି ଆସିଛି।୨୦୨୦ ମସିହାରେ ବାରମ୍ବାର ବାନ୍ତି ହେବାରୁ ପ୍ରଥମେ କେୟାର ହସ୍ପିଟାଲଦେଖାଇ ଔଷଧ ଖାଇଥିଲେ ଆଶିଷ। ହେଲେ କିଛି ସୁଫଳ ମିଳିନଥିଲା। ପରେ ଡାକ୍ତରଙ୍କ ପରାମର୍ଶ ପରେ ପରୀକ୍ଷା କରାଇବାରୁ କୀଡୀନି ରୋଗରେ ଆକ୍ରାନ୍ତ ଥିବା ଜଣା ପଡିଥିଲା। ଆଉ ଏ ଖବର ଶୁଣିବା ପରେ ଆଶିଷଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସେ ଚିନ୍ତାରେ ପଡିଯାଇଥିଲେ ସେ କିପରି ଭଲ ହେବେ ଆଉ ପରିବାର କିପରି ପ୍ରତିପୋଷଣ କରିବେ ଘରର ଏକମାତ୍ର ରୋଜଗାରିଆ ପୁଅ କୀଡୀନି ରୋଗରେ ପୀଡିତ ହୋଇ ଏଵେ ବିଞ୍ଚଣାରେ। ପ୍ରତି ସପ୍ତାହରେ ଔଷଧ ଓ ଚିକିତ୍ସା ପାଈଁ ୩ ରୁ ୪  ହଜାର ଟଙ୍କା ଖର୍ଚ୍ଚ ହେଉଛି। ଆଶିଷଙ୍କ ଦୁଇଟି ଯାକ କୀଡୀନି ଖରାପ ହୋଇଯାଇଛି। ଡାକ୍ତର ତାଙ୍କୁ କୀଡୀନି ପ୍ରତ୍ୟାରୋପଣ ପରାମର୍ଶ ଦେଇଛନ୍ତି। ହେଲେ ତାଙ୍କର ଏହି ଚିକିତ୍ସା ପାଈଁ ଅର୍ଥ ସାଜିଛି ବାଧକ। ଆଶିଷଙ୍କୁ ଭଲ କରିବା ପାଈଁ ଆଶିଷ ଆକୁଳ ନିବେଦନ କରିଛନ୍ତି। କାନ୍ଦି କାନ୍ଦି କହିଛନ୍ତି ଜୀବନ ବଞ୍ଚାଇବା ପାଈଁ ଅର୍ଥ ସହାୟତା ପାଈଁ କହିଛନ୍ତି। ଯଦି ଆପଣ ଆଶିଷ ଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ଆକାଉଣ୍ଟୁ ନମ୍ବରରେ ଆପଣ ସାହାଯ୍ୟ କରନ୍ତୁ।
ଆଶିଷ ଲେଙ୍କା,ଷ୍ଟେଟ ବ୍ୟାଙ୍କ ଶାଖା, ଅସ୍ତରଙ୍ଗ. ଆକାଉଣ୍ଟୁ ନମ୍ବର :-30901634226
IFSCCODE:-SBIN0012036
ଫୋନପେନମ୍ବର:-9438404020

Leave A Reply