Odisha news

ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

0

ବ୍ରହ୍ମପୁର,୨୫/୬-ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ହୋଇଛି। ମହିଳା ଜଣଙ୍କ ଏନେଇ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକମାନଙ୍କ ନାମରେ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି । ଘଟଣାରୁ ପ୍ରକାଶ ଯେ,  ଯେ ୨୦୧୦ ମସିହା ମାର୍ଚ୍ଚ ମାସରେ ରେ ଜି. ରଘୁନାଥପୁର ଗ୍ରାମର  ଶ୍ରୀମତି ପାତ୍ରଙ୍କୁ  ଉକ୍ତ ଗ୍ରାମର ଜେ. ଜାଗାୟା ପାତ୍ରଙ୍କୁ ବିବାହ କରିଥିଲେ । ଦୁଇବର୍ଷ  ପରେ ଶ୍ରୀମତୀଙ୍କୁ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଇତିମଧ୍ୟରେ  ଶ୍ରୀମତିଙ୍କ ଦୁଇଟି ପୁତ୍ର ସନ୍ତାନ ରହିଛି । ବାରମ୍ବାର ତାଙ୍କୁ ନିର୍ଯାତନା ଦିଆଯାଉଥିଲାମଧ୍ୟ ସେ ଭାଗ୍ୟକୁ ଆଦରି ସେସବୁକୁ ସହ୍ୟ କରି ଆସୁଥିଲେ। ଏପରିକି ଗତ ୨୧ ତାରିଖରେ ତାଙ୍କ ସ୍ୱାମୀ ଶଶୁର ଘର ଲୋକମାନେ  ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଶେଷରେ ଶ୍ରୀମତି ଏ ନେଇ ବଡବ୍ଜ଼ାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ୨୨୩/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି।

Leave A Reply