କୃଷ୍ଣ ଚନ୍ଦ୍ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ର ମେଟ୍ରିକ ବୋର୍ଡ ପରୀକ୍ଷା ମେଧାବୀ ଅଭିନନ୍ଦନ 2023
ସୋର 31/5/23:-କୃଷ୍ଣଚନ୍ଦ୍ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ 2022 -23 ଶିକ୍ଷା ବର୍ଷ ର ବିଦ୍ୟାଳୟ ର ମେଟ୍ରିକ ବୋର୍ଡ ପରୀକ୍ଷା ମେଧାବୀ ଅଭିନନ୍ଦନ ଉତ୍ସବ ପ୍ରାତଃ 9 ଘଟିକା ସମୟରେ ପାଳିତ ହୋଇଯାଇଛି ଉକ୍ତ ଉତ୍ସବ ର ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ ଉପସଭାପତି ଶ୍ରୀମତୀ ପ୍ରତିମା ଦାସ କୋଷାଧକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାସ ସଦସ୍ୟା ଶ୍ରୀମତୀ ବାସନ୍ତୀ ଲତା ପାଢ଼ୀ, ଏବଂ ସୋର ଡିଆଇ ଅଫିସର ବିଇଓ ଶ୍ରୀଯୁକ୍ତ ଭୀମ ସେନ ବିଶ୍ୱାଳ ଉପସ୍ଥିତ ଥିଲେ, ବିଇଓ ଭୀମସେନ ବିଶ୍ୱାଳ ଦୀପ ପ୍ରଜ୍ଜଳନ ପୂର୍ବକ ଉକ୍ତ ଉତ୍ସବ ରେ ଉଦଘାଟନ କରିଥିଲେ.. ବିଦ୍ୟାଳୟ ର ବିଦ୍ୟା ମନ୍ଦିର ପ୍ରମୁଖ ସଞ୍ଜୟ ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ.. ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ… ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭୀମସେନ ବିଶ୍ୱାଳ ଉପସଭାପତି ପ୍ରତିମା ଦାସ ଶିଶୁ ଭାଇ ଭଉଣୀ ଙ୍କୁ ଭବିଷ୍ୟତ ସଫଳତା ଅର୍ଜନ ପାଇଁ ମୂଲ୍ୟବୋଧ ଭିତିକ ଉଦବୋଧନ ପ୍ରଦାନ କରିଥିଲେ.. ପରୀକ୍ଷା ପ୍ରମୁଖ ମାନସ ରଞ୍ଜନ ଦାସ ମାଟ୍ରିକ ପରୀକ୍ଷା ର ଫଳାଫଳ ଘୋଷଣା କରିଥିଲେ…ଦଶମ ଶ୍ରେଣୀ ର ଛାତ୍ର ଅପୂର୍ବ ରଞ୍ଜନ ଦାସ ବୋର୍ଡ ପରୀକ୍ଷା ରେ 574 ନମ୍ବର ରଖି ସୋର ମୁନିସିପାଲିଟି ରେ ପ୍ରଥମ ଏବଂ ସୋର ବ୍ଲକ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି.. ସର୍ବ ଶେଷରେ ଆଚାର୍ଯ୍ୟ ପ୍ରବୀର କୁମାର ଉପାଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ.. ସମସ୍ତ ଗୁରୁଜୀ ଗୁରୁମା ଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଫଳ ରୂପ ଲାଭ ହୋଇଥିଲା