Odisha news

ଅଙ୍ଗନବାଡ଼ି ଦିଦିଙ୍କୁ ଝୁରୁଛନ୍ତି ଗୁହାଳଡ଼ିହିବାସୀ

0

ସୋର,30/5 ଅବୋଧ ଶିଶୁମାନେ ଖୋଜୁଛନ୍ତି ତାଙ୍କର ପ୍ରିୟ ଦିଦିଙ୍କୁ । ଗ୍ରାମବାସୀବି ଝୁରି ହେଉଛନ୍ତି ଅଙ୍ଗନବାଡ଼ି କର୍ମୀ ବନିତାଲାତାଙ୍କୁ । ହସେଇ ଖେଳେଇ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଆପାଣାର ହୋଇପାରିଥିବା ଏହି ଦିଦିି ଆଉ ନାହଁନ୍ତି । ସୋର ବ୍ଲକ ନଦୀଗାଁ ପଞ୍ଚାୟତ ଗୁହାଳଡ଼ିହି ଗ୍ରାମର ଅଙ୍ଗନବାଡ଼ି କର୍ମୀ ବନିତାଲତା ମହାନ୍ତିଙ୍କର ଗତ ରବିବାର ଦିନ ୫୭ ବର୍ଷ ବୟସରେ ହୃଦ୍‌ଘାତ କାରଣରୁ ପରଲୋକ ହୋଇଯାଇଛି । ଏହି ଖବର ପ୍ରସାରଣ ହେବା ମାତ୍ରେ ଗ୍ରାମରେ ଶୋକର ଛାୟାଖେଳି ଯାଇଥିଲା । ସେ କିଛି ଦିନ ହେଲା ସେ ଅସୁସ୍ଥ ଥାଇ ସୁଦ୍ଧା ଅଙ୍ଗନବାଡ଼ି କାର୍ଯ୍ୟତୁଲାଇ ଚାଲିଥିଲେ । ଗତ ରବିବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ସୋରରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ବାଲେଶ୍ୱର ରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚବା ପରେ ଶୋକାକୋଳ ପରିବଶରେ ତାଙ୍କ ବାସ ଭବନରେ ଲିଜା ବାରିକ, ଶାନ୍ତିଲତା ଜେନା, ସେବତୀ ଜେନା, ସଂଜୁଲତା ଜେନା, ସ୍ୱପ୍ନାରାଣୀ ଜେନା, ଜିଲାପରିଷଦ ସଭ୍ୟ ଜୟନ୍ତ ସ୍ୱାଇଁ, କରୁଣାକର ନାୟକ ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ସତ୍କାର କରାଯାଇଥିଲା । ତାଙ୍କର ପୁତ୍ର ୱାର୍ଡ଼ମେମ୍ବର ସୂର୍ଯ୍ୟକାନ୍ତ ମହାନ୍ତି ମୁଖାଗ୍ନି ଦେଇଛନ୍ତି ।

Govt
Leave A Reply