Odisha news

କମାଗୁରୁ କଲେଜରେ ଶତ ପ୍ରତିଶତ ସଫଳତା , ବିଜ୍ଞାନରେ ରୁଦ୍ର ମାଧବ ଓ ବାଣିଜ୍ୟରେ ତନୁଶ୍ରୀ ଟପ୍ପର ନିରାକାରପୁର କଲେଜରେ ବିଜ୍ଞାନରେ ସୁଭଦ୍ରା ଓ ବାଣିଜ୍ୟରେ ସଲାହୁଦ୍ଦିନ ଟପ୍ପର

0
ନିରାକାରପୁର, ୩୧/୫: ଖୋର୍ଦ୍ଧା ଜିଲ୍ଲା ସର୍ବପୁରାତନ ବିଜ୍ଞାନ ମହାବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳରେ ୮୫ ପ୍ରତିଶତ ସଫଳତା ମିଲିଥିବବେଳେ ବିଜ୍ଞାନରେ ଛାତ୍ରୀ ସୁଭଦ୍ରା ପ୍ରଧାନ (୫୧୬) ଓ ବାଣିଜ୍ୟରେ ସାଲାହୁଦ୍ଦିନ ଖାଁ (୫୫୯) ଦଲାଇ କଲେଜ ଟପ୍ପର ହୋଇଛନ୍ତି। ସମୁଦାୟ ବିଜ୍ଞାନରେ ୩୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୧୬୦, ଦ୍ୱିତୀୟ ଶ୍ରେଣୀରେ ୧୨୪ , ତୃତୀୟ ଶ୍ରେଣୀରେ ୧୬ ଜଣ ପାସ କରିଛନ୍ତି । ଆଉ ୧୭ ଜଣ ଫେଲ ହୋଇଛନ୍ତି। ବାଣିଜ୍ୟରେ ସମୁଦାୟ ୧୩୩ ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ୪୭, ଦ୍ୱିତୀୟ ୩୧, ତୃତୀୟ ଶ୍ରେଣୀରେ ୧୬ ଜଣ ପାସ କରିଥିବା ସହ ଫେଲ୍ ୩୮ ଜଣ ହୋଇଛନ୍ତି ବୋଲି କଲେ ଅଧକ୍ଷା ଡ ପ୍ରତିଭାମୟୀ  ମିତ୍ର ଜଣାଇ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ସେହିପରି କମାଗୁରୁ ରାମଚନ୍ଦ୍ର କଳ୍ପନା ଜୁନିଅର୍ କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ସଫଳତା ହୋଇଛି। ବିଜ୍ଞାନରେ ଛାତ୍ର ରୁଦ୍ର ମାଧବ ଦାଶ (୪୮୬) ଓ ବାଣିଜ୍ୟରେ ତନୁଶ୍ରୀ ତନ୍ମୟୀ ବେହେରା ( ୪୦୩)    କଲେଜ  ଟପ୍ପର ହୋଇଥିବାବେଳେ ଉଭୟ ବିଭାଗରେ ଶତ ପ୍ରତିଶତ ପିଲା ପାସ କରିଥିବାର ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି ଜଣାଇ ସଫଳତା ରେ ଛାତ୍ର ଛାତ୍ରୀ ଓ ଅଭିଭାବକ, ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ଶୁଭେଚ୍ଛା, କୃତଜ୍ଞତା ଜଣାଇଛନ୍ତି।

Leave A Reply