Odisha news

କାର ଭିତରୁ ଡ୍ରାଇଭର ଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

0
ଦାନଗଦି, ତା ୩୧/୫  : ଯାଜପୁର ରୋଡ଼ ଥାନା ମିଲିଟାରୀ ଛକ ନିକଟସ୍ଥ ସାତବାଇଁଶିଆ ଛକର ଏକ ହୋଟେଲ ନିକଟରୁ କାର ଭିତରୁ ଜଣେ ଡ୍ରାଇଭର ଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟାକରି କାର ଭିତରେ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଡ଼ାକ୍ତରଖାନା କୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ କାର ଡ୍ରାଇଭର ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋପାଳପୁର ଗ୍ରାମର କାର୍ତ୍ତିକ ନାୟକ(୩୨) ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ କାର୍ତ୍ତିକ ଗତ ଏକ ମାସ ହେବ ଯାଜପୁର ରୋଡ଼ ଅଞ୍ଚଳରେ ରହି ଏକ ଟ୍ରାଭେଲ୍ ଏଜେନ୍ସି ର ଗାଡ଼ି ଚଳାଉଥିଲେ। ହେଲେ ଗତକାଲି ରାତିରେ ଗାଡ଼ି ମାଲିକଙ୍କ ଫୋନ୍ ରିସିଭ୍ କରିନଥିଲେ। ମାଲିକଙ୍କର ସନ୍ଦେହ ହେବାରୁ ସେ ଯାଜପୁର ରୋଡ଼ ଥାନାରେ ଜଣାଇଥିଲେ। ପରେ ପୋଲିସ ଖୋଜାଖୋଜି କରି ଆଜି ଭୋର ସମୟରେ ସାତବାଇଁଶିଆ ଛକ ନିକଟସ୍ଥ ଏକ ହୋଟେଲ ନିକଟରୁ ଉକ୍ତ ଗାଡିକୁ ଠାବ କରିଥିଲେ।
ଗାଡ଼ି ଭିତରୁ ସଂଗ୍ୟାହୀନ ଅବସ୍ଥାରେ ଚାଳକ ଙ୍କୁ ଉଦ୍ଧାର କରି ଦାନଗଦୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଖବର ପାଇ କାର୍ତ୍ତିକଙ୍କ ଭାଈ ଖଗେଶ୍ବର ନାୟକ ସେଠାରେ ପହଞ୍ଚି ଶରୀରରେ କ୍ଷତ ଚିହ୍ନ ରହିଥିବା ଦେଖି ତାଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ସତ୍ୟତା ପାଇଁ ଅନୁସନ୍ଧାନ ଜାରି ରଖୁଛି।
Leave A Reply