Odisha news

ସୋର ନଗର ବିଜେପି ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

0
ସୋର,11/4: ସୋର ନଗର ବିଜେପି ଉପସଭାପତି ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି. ଏଥିରେ ଲୋକନାଥଙ୍କ ମୁଣ୍ଡ ଏବଂ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସୋର ମେଡିକାଲରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି.ସୂଚନା ଅନୁସାରେ ଆଜି ସକାଳେ ଶ୍ରୀ ରାଉତ ପ୍ରାତଃ ଭ୍ରମଣ କରୁଥିବା ବେଳେ ସୋର ଥାନା ଠାରୁ ମାତ୍ର ଦଶ ମିଟର ଦୂରରେ ତାଙ୍କ ପଛରୁ ୨ ଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ବାଇକରେ ଆସି ତାଙ୍କ ପଛରୁ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ. ଏଥିରେ ଲୋକନାଥ ଗୁରୁତ୍ତର ଆହତ ହୋଇଥିବା ବେଳେ ଥାନା ମଧ୍ୟକୁ ପଶି ପୁଲିସକୁ ସହାୟତା ମାଗି ବିଫଳ ହେବାପରେ ସ୍ଥାନୀୟ ଜଣେ ଦୋକାନୀ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ. ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ. ତେବେ ରାଜନୈତିକ ଆକ୍ରୋଶ କିମ୍ବା ବ୍ୟବସାୟୀକ ଆକ୍ରୋଶ ରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି. ଏ ବାବଦରେ ସୋର ଥାନାରେ ଲୋକନାଥଙ୍କ ତରଫରୁ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ଏହି ଘଟଣାରେ ସନ୍ଦେହରେ ୨ ଜଣଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଥିବା ଜଣାପଡିଛି. ସୂଚନା ଯୋଗ୍ୟ ଶ୍ରୀ ରାଉତ ପୌରପାଳିକାର ଦୁଇ ନମ୍ବର ୱାର୍ଡର ପୂର୍ବତନ ପାରିଷଦ ହୋଇଥିବା ବେଳେ ତାଙ୍କ ପତ୍ନୀ ପୌରପାଳିକାର ଏକ ନମ୍ବର ୱାର୍ଡର ବର୍ତମାନର ପାରିଷଦ ଅଛନ୍ତି ଏବଂ ଶ୍ରୀ ରାଉତ ବସ ବ୍ୟବସାୟ ସହ ସମ୍ପୃକ୍ତ ଅଛନ୍ତି.
Leave A Reply