Odisha news

ଲଙ୍କାପୋଡି ଯାତ୍ରା ତ୍ରୟୋଦଶ ଦିବସ : ଇନ୍ଦ୍ରଜିତ ବଦ୍ଧ ଓ ରାବଣ ବଦ୍ଧ

0

ଦଶପଲ୍ଲା ୧୧/୪ : ଚଳିତବର୍ଷ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଥିବା ବେଳେ ଯାତ୍ରା ର ତ୍ରୟୋଦଶ ତମ ଦିବସ ରେ ଇନ୍ଦ୍ରଜିତ ବଦ୍ଧ ଓ ରାବଣ ବଦ୍ଧ ଅନୁଷ୍ଠିତ ହୋଇଯାଇଛି । ରାମାୟଣ କଥାବସ୍ତୁ ଅନୁସାରେ କୁମ୍ଭକର୍ଣ୍ଣ ବଦ୍ଧ ପରେ ରାବଣ ମର୍ମାହତ ହୋଇଛି । ଏହି ସମୟ ରେ ରାବଣ ପୁତ୍ର ଇନ୍ଦ୍ରଜିତ ରାମ ଲକ୍ଷ୍ମଣ ଙ୍କୁ ପରାସ୍ତ କରିବା ପାଇଁ ନିକୁମ୍ଭିଲା ବଟ ଠାରେ ଗୁପ୍ତ ଯଜ୍ଞ ଆରମ୍ଭ କରେ । ବିଭୀଷଣ ଏହା ଜାଣି ପାରି ରାମ ଓ ଲକ୍ଷ୍ମଣ ଙ୍କ ସହ ବାନର ସେନା ଧରି ସେଠାରେ ପହଞ୍ଚନ୍ତି ଓ ବିଭୀଷଣ ଏବଂ ଲକ୍ଷ୍ମଣ ,ଇନ୍ଦ୍ରଜିତ ର ଯଜ୍ଞ ଭଙ୍ଗ କରନ୍ତି । ଉତ୍ କ୍ଷୀପ୍ତ ଇନ୍ଦ୍ରଜିତ ସହ ଲକ୍ଷ୍ମଣ ଙ୍କ ଯୁଦ୍ଧ ହୁଏ ଓ ଇନ୍ଦ୍ରଜିତ ବଦ୍ଧ ହୁଏ । ଏହାପରେ ରାବଣ ଯୁଦ୍ଧ କରିବା ପାଇଁ ଆସେ ।ଏକ ଘନୀ ଅସ୍ତ୍ର ପ୍ରୟୋଗ ରେ ଲକ୍ଷ୍ମଣ ଶକ୍ତି ଭେଦ କରାଏ । ହନୁମାନ ବିସଲ୍ୟ କରଣୀ ବୃକ୍ଷ ଚିହ୍ନି ନ ପାରି ଗନ୍ଧ ମାରଦନ ର ଗୋଟିଏ ଶୃଙ୍ଗ କୁ ଭାଙ୍ଗି ଉଠାଇ ନେଇ ଆଣନ୍ତି । ଅଯୋଧ୍ୟା ଉପର ଦେଇ ହନୁମାନ ଆସିଲା ବେଳେ ଭରତ ଙ୍କ ବାଟୁଳି ରେ ସେ ଖସି ପଡନ୍ତି ।

ପରେ ହନୁମାନ ସୂର୍ଯ୍ୟ ଉଦୟ ପୂର୍ବରୁ ଗନ୍ଧମାର୍ଦନ କୁ ଧରି ଲକ୍ଷ୍ମଣ ଙ୍କ ନିକଟରେ ପହଞ୍ଚନ୍ତି । ସୁସେଣ ଙ୍କ ବିଶଲ୍ୟ କରଣୀ ଲେପନ କରେ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି । ଏକଥା ଜାଣି ରାବଣ ର ଶେଷ ପୁତ୍ର ଠୁଳ ଜଙ୍ଘ ଯୁଦ୍ଧ କୁ ଆସେ ଓ ରାମଙ୍କ ହାତରେ ନିଧନ ହୁଏ । ଶେଷରେ ରାବଣ ପୁଷ୍ପକ ଜାନରେ ଆସି ରାମ ଲକ୍ଷ୍ମଣ ଙ୍କ ସହ ଭୟଙ୍କର ମାୟାଯୁଧ ଆରମ୍ଭ କରେ । ଶେଷରେ ପ୍ରଭୁ ଶ୍ରୀରାମ ବ୍ରହ୍ମାସ୍ତ୍ର ରେ ରାବଣ କୁ ବଦ୍ଧ କରନ୍ତି । ପରେ ବିଭୀଷଣ ଙ୍କ ରାଜ୍ୟାଭିସେକ୍ ଓ ସୀତାଙ୍କ ଅଗ୍ନିପରୀକ୍ଷା ପରେ ଲକ୍ଷ୍ମଣ ସୀତା ଓ ବାନର ସେନା ଙ୍କୁ ଧରି ପ୍ରଭୁ ଶ୍ରୀରାମ ପୁଷ୍ପକ ଜାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି । ରାମ ରାବଣ ଯୁଦ୍ଧ ବେଶ୍ ମନ ମୁଗ୍ଧ କର ହୋଇଥିଲା । ରଥ ଉପରେ ରାମ ଲକ୍ଷ୍ମଣ ଓ କାଠ ନିର୍ମିତ ଚଳନ କ୍ଷମ ରାବଣ ମଧ୍ୟରେ ଏକ କିଲୋମିଟର ବ୍ୟାପୀ ଯୁଦ୍ଧ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଜାନ ସମାଗମ ହୋଇଥିଲା । ରାବଣ ବଧ ପରେ ଅତସ ବାଜିରେ ପ୍ରକମ୍ପିତ ହୋଇ ଉଠିଥିଲା ଗାନ୍ଧୀ ମଇଦାନ । ଶାନ୍ତି ଶୃଙ୍ଖଳା ସହ ରାବଣ ବଦ୍ଧ ଶେଷ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା

Leave A Reply