ସୋର : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟସରକାର ଆଗାମୀ ବିଭିନ୍ନ ପୂଜା ପାର୍ବଣ ପାଳନ କରିବା ଉପରେ ରୋକ ଲଗାଇଛନ୍ତି । ବିନା ଭକ୍ତ, ସାଜସଜ୍ଜା ବିହୀନ ତଥା ଦୁର୍ଗା ମୂର୍ତ୍ତିର ଉଚ୍ଚତା ଉପରେ ଅଙ୍କୁଶ ଲଗାଇଥିବାରୁ ଚଳିତବର୍ଷ ଦୁର୍ଗାପୂଜାର ମାହୋଲ ଏତେ ମାତ୍ରାରେ ରହିବ ନାହିଁ ବୋଲି ଏବେ ଠାରୁ ଅନୁଭବ ହେଲାଣି । ଆଉ ପାଖାପାଖି ଦୁର୍ଗାପୂଜା ୧ ମାସ ଥିଲାବେଳେ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପ ଗୁଡ଼ିକ ଯେଉଁଠି ଚଳଚଂଚଳ ହେବା କଥା କିନ୍ତୁ ସେଠି ପୂଜା ମଣ୍ଡପ ଗୁଡ଼ିକ ଆଜି ଖାଁ ଖାଁ ଲାଗୁଛି । ସୋର ଓ ଏହାର ଆଖପାଖରେ ପାଖାପାଖି ୨୦ ଗୋଟିରୁ ଅଧିକ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ରହିଛି ।
ପୂଜାସଂକ୍ରାନ୍ତୀୟ ସରକାରଙ୍କର ଗାଇଡ଼ଲାଇନ ଅନୁଯାୟୀ ଚଳିତବର୍ଷ ଦୁର୍ଗା ମୂର୍ତ୍ତିଙ୍କର ଉଚ୍ଚତା ୪ ଫୁଟ ରଖିବା, ମଣ୍ଡପକୁ ଆବଦ୍ଧ କରିବା ସହିତ ଶ୍ରଦ୍ଧାଳୁ ଓ ବ୍ରତୀ ମାନଙ୍କୁ ମଣ୍ଡପ ମନାଥିଲାବେଳେ,ସାଜ୍ଜସଜ୍ଜା, ମାଇକ, ଆଲୋକ ସଜ୍ଜା ଆଦି ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ସୋରର ବିଭିନ୍ନ ମଣ୍ଡପ ଗୁଡ଼ିକ ବର୍ତମାନ ଶୂନଶାନ ହୋଇଯାଇଥିବାର ଦେଖାଯାଉଛି । ଦେବୀ ଦୁର୍ଗାଙ୍କର ଉଚ୍ଚତା୪ ଫୁଟ ହେବା ପାଇଁ ସରକାରୀ ନିଦେ୍ର୍ଦଶନାମା ଥିଲାବେଳେ ଏହି ଉଚ୍ଚତାରେ ମୂର୍ତ୍ତି ନିର୍ମାଣ କରିବାକୁ ଗଲେ ମଣ୍ଡପ ମାନଙ୍କରେ ଫ୍ରେମ ନଥିବା ସହିତ ଦେବୀ ଦୁର୍ଗାଙ୍କର ମୁଖାର ଛାଞ୍ଚ ନଥିବାରୁ କାରିଗର ମାନଙ୍କ ପାଇଁ କରିବା ମଧ୍ୟ କଷ୍ଟକର ଅଟେ ।
ଯାହାକି ସମୟ ସାପେକ୍ଷ ହୋଇଥିଲାବେଳେ ପୁଣି ମଣ୍ଡପ ମାନଙ୍କୁ ଆର୍ଥôକ କ୍ଷତି ସହିବାକୁ ପଡ଼ିବା ନିଶ୍ଚିତ ବୋଲି କମିଟିର କର୍ମକର୍ତ୍ତା ମାନେ କୁହନ୍ତି । ସୋରରେ ଥାନାଛକ(ବଡ଼ଖୁରୀ) ମଣ୍ଡପ ର ସଦୃଶ ତୋରଣ ଓ ସୁସଜ୍ଜିତ ଆଲୋକମାଳା ହିଁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥାଏ । ଚଳିତବର୍ଷ ସରକାରଙ୍କର କରୋନା ଗାଇଡ଼ ଲାଇନର କଟକଣା ଯୋଗୁଁ ମୂର୍ତ୍ତି କରାଯାଉନଥିବାବେଳେ କଳସ ପୂଜା କରାଯିବା ନିମନ୍ତେ କମିଟି ନିଷ୍ପତ୍ତି ନେଇଥିବାର ସମ୍ପାଦକ ଶ୍ରୀପତି ଚରଣ ଜାନା କୁହନ୍ତି । ସମାନ କଥା ମଧ୍ୟ କୁହନ୍ତି ନୂଆା ବସଷ୍ଟାଣ୍ଡର ସମ୍ପାଦକ ଜଗନ୍ନାଥ ଦାସ ଙ୍କ ସମେତ ଅନ୍ୟାନ୍ୟ କମିଟିର ସଦସ୍ୟମାନେ । ଏସବୁସତ୍ତ୍ୱେ ବାଲେଶ୍ୱର ପ୍ରଶାସନ ଅଦ୍ୟାବଧି ଦୁର୍ଗାପୂଜା ସଙ୍କ୍ରାନ୍ତୀୟ ଗାଇଡ଼ଲାଇନ ଜାରି କରିନଥିବାବେଳେ ମଣ୍ଡପ ଗୁଡ଼ିକର କର୍ମକର୍ତ୍ତାମାନେ ମଧ୍ୟ ସନେ୍ଦହର ଦୋଛକିରେ ଅଛନ୍ତି । ଦୁର୍ଗାପୂଜା ପାଇଁ ହାତରେ ମାସକରୁ କମ୍ ସମୟ ଥିଲାବେଳେ ଯେଉଁଠି ପୂଜା ମଣ୍ଡପ ଗୁଡ଼ିକ ଚଳଚଞ୍ଚଳ ହେବା କଥା କରୋନା ପାଇଁ ଆଜି ସେହି ମଣ୍ଡପ ଗୁଡ଼ିକ ଖାଁ ଖାଁ ହୋଇପଡ଼ିିଛି ।