Odisha news

ବନ୍ଧସାହିରେ ଶିକାରୀଙ୍କ ଫାଶରେ ଗୃହପାଳିତ ପଶୁ

0

ସୋର: ଗତ କିଛିଦିନ ହେଲା  ଦେବଗିରି ପାଦଦେଶ କୂଲଡିହା ଅଞ୍ଚଳରେ ଶିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ସେମାନେ ଜଙ୍ଗଲୀ ବାରାହା, ହରିଣ, କୁଟାରି, ଝିଙ୍କ, ଠେକୁଆ ଆଦିଙ୍କୁ ଶିକାର କରିବା ପାଇଁ ଜଙ୍ଘଲରେ ଫାଶ ଖଞ୍ଜି ଜଗି ରହୁଛନ୍ତି । ଏହି ଫାଶରେ ଶିକାର ପଡ଼ିମାତ୍ରେ ଏହାକୁ ମାରି ମାଂସକୁ ଚଢ଼ା ଦରରେ ବିକ୍ରି କରୁଥିବା ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି । ମାତ୍ର କିଛିଦିନ ହେଲା ଏହି ଜଙ୍ଗଲକୁ ଚରିବାକୁ ଯାଉଥିବା ଆଖପାଖ ଗ୍ରାମର ଛେଳି, ମେଣ୍ଢା ଏହି ଫାଶରେ ପଡ଼ିଯିବା ପରେ ଶିକାରୀମାନେ ଏହାକୁ ରାତିରେ ଫାଶରୁ କାଢ଼ି ନେଇଯାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମର ଏହି ଭଳି ଘଟଣା ଦେଖିବାକୁ ମିଳିଛି । କିଛିଦିନ ହେଲା ଏହି ଗ୍ରାମର ଲଗାତର ଭାବେ ଛେଳିଗୁଡ଼ିକ ଜଙ୍ଗଲକୁ  ଯାଉଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଫେରୁ ନଥିବାରୁ ଲୋକମାନଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି ହୋଇଥିଲା । ଏହାର କାରଣ ଜାଣିବା ପାଇଁ ସ୍ଥାନୀୟ ଲୋକେ ଜଗି ରହିବା ପରେ ଶିକାରୀ ଫାଶରେ ଶୁକୁରା ସିଂ ଓ ମଙ୍ଗଳ କେଶିଙ୍କ ଛେଳି ପଡ଼ିଯାଉଥିବା ଦେଖାଯାଇଥିଲା । ଏ ସଂପର୍କରେ ଗ୍ରାମବାସୀମାନେ ବନ ବିଭାଗରେ ଅଭିଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳିପାରି ନାହିଁ

Leave A Reply