Odisha news

ଥାନାରେ ନାହାନ୍ତି ମହିଳା ଅଧିକାରୀ : ନାବାଳିକା ପିଡିତାଙ୍କ ପରୀକ୍ଷା ହେଲା କମର୍ଦ୍ଦା ଥାନାରେ

0

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ କୋର୍ଟସାହି ଗାଁର ଜନୈକ ନା ବାଳିକାକୁ ଡିଙ୍ଗାଶୋଳ ଗାଁର ଜୟନ୍ତ ଜେନା ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିବା ନାବାଳିକାର ମା ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ଜୟନ୍ତକୁ ଗିରଫ କରାଯାଇଥିବା ବେଳେ ନା ବାଳିକାଙ୍କୁ ଥାନାର ଜଣେ ମହିଳା ଅଧିକାରୀ ଦଫା ୧୬୧ ଧାରରେ ତଦନ୍ତ କରିବା କଥା ।

ମାତ୍ର ଦୁର୍ଭାଗ୍ୟଯେ ଜଳେଶ୍ୱର ଥାନାରେ ମହିଳା ଅଧିକାରୀ ନ ଥିବାରୁ ପିଡିତାକୁ କମର୍ଦ୍ଦା ଥାନାକୁ ଯିବାକୁ ପଡିଥିଲା । ତେଣୁ ଜଳେଶ୍ୱର ଥାନାରେ ଜଣେ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି ।

Leave A Reply