ରଣପୁର(ଆପ୍ର); ନୟାଗଡ ଜିଲ୍ଲା ରଣପୁର ଥିବା ପହାଡ ଶିଖର ରେ ମଣିନାଗ ଅଗ୍ରଦେବୀ ଭାବେ ପୂଜାପାଆନ୍ତି । ପାହାଡ ଶିଖର କୁ ଯାଇ ମଣିନାଗପୀଠ ରେ ହୁଣ୍ଡି ଚୋରୀ ଘଟଣାରେ ସ୍ଥାନୀୟ ଯୁବକ ଲୁଟ ଘଟଣା ରେ ଦୁଇ ଜଣ ନାବାଳକ କୁ ଅଟକ ରଖି ପୁଲିସ ଜିମା ଦେଇଥିବା ଜଣାପଡିଛି  ।

ଘଟଣା ୁ ପ୍ରକାଶ ଯେ , ପହାଡ ଶିଖର ରେ ଥିବା ମା’ ମଣିନାଗ ଦାନ ବାକ୍ସ କୁ ଗତ କିଛି ଦିନ ତଳେ କୌଣସି ଦୁର୍ବୁତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଦାନ ବାକ୍ସ  ଲୁଟ ପରେ  ମନ୍ଦିର ର କିଛି ଘଂଟ , ଘଂଟି ମଧ୍ୟ ଚୋରି ହୋଇଥିଲା । ତେବେ ଲୁଟୋରା ଧରା ପଡିନଥିଲେ । ଆଜି କିଛି ଯୁବକ ଏସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପରେ ୨ ଜଣ ବାଳକକୁ ସନେ୍ଦହରେ ପଚରା ଉଚରା କରିଥିଲେ ।

ପରେ ସେମାନେ ସଂପୃକ୍ତ ଥିବା ଜଣାପଡିଥିଲା । ରଣପୁର ବେରୁକ ସାହି ର ଧୋବା ପ୍ରଧାନ ଙ୍କୁ ପୁଅ ଆଲୋକ ପ୍ରଧାନ ଓ  ଶାମୁକା ସାହି ର  ଅଶୋକ ସ୍ୱାଇଁ  ଙ୍କ ପୁଅ ଆଲୋକ ସ୍ୱାଇଁ କୁ ପଚରା ଉଚରା କରୁଥିଲେ ।

ଏମାନେ କୁଆଡେ ବିଭିନ୍ନ ମନ୍ଦିର ରୁ ଚୋରି କରୁଥିବା କିଛି ବ୍ୟକ୍ତି ଅନୁଧ୍ୟାନ କରି ଜାଣିବାକୁ ପାଇଲେ । ସେମାନଙ୍କୁ ପଚରାଉଚରା ପରେ ଏହି ଦୁଇ ଜଣ ନାବାଳକ ଲୁଟପାଟ କରୁଥିବା ସ୍ୱୀକାର କଲେ । ସେମାନଙ୍କୁ ଉପର ମଣିନାଗ ପୀଠ କୁ ନେଇ କିଭଳି ଲୁଟ କରୁଥିଲେ  ପଚାରିବା ପରେ ସେମାନେ ଜନସାଧାରଣ ଙ୍କୁ ଲୁଟପାଟ ପ୍ରଣାଳି ଦେଖାଇଲେ । ପରେ ଉକ୍ତ ଦୁଇ ଅଭିଯୁକ୍ତ ନାବାଳକ କୁ ଜନସାଧାରଣ ପୁଲିସ କୁ ଜିମା ଦେଇଛନ୍ତି । ଏ ନେଇ ଆଇଆଇସି ଜ୍ୟେତି ପଣ୍ଡା ଙ୍କୁ ଯୋଗାଯୋଗ ପପେ ସେ ଏହାକୁ ସ୍ୱୀକାର କିଛନ୍ତି । ତେବେ ମଣିନାଗ କମିଟି ର ସଭାପତି ଙ୍କୁ ମୁଁ ଡାକିଛି , ଅଟକ ଦୁଇ ଅଭିଯୁକ୍ତ ନାବାଳକ ହୋଇତିବାରୁ ଏବିଷୟ ରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here