ସୋରଡା (ଗଞ୍ଜାମ ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ୦୫ /୦୩ ଆଜି ରାଜ୍ୟର କୋଣ ଅନୁକୋଣରେ ପାଳିତ ହେଉଛି ପଞ୍ଚାୟତିରାଜ ଦିବସ ।ଆଜିବି ମନେ ପଡୁଛି ସେଇ ଗୋଟିଏ କଥା ଗାଁ କୁ କାମ ମାକୁ ସମ୍ମାନ।ଏହି ଉକ୍ତିର ଯିଏ ସ୍ରଷ୍ଟା ତାହାଙ୍କର ଆଜି ପୁଣି ଜନ୍ମ ଦିନ ।ଆଜିର ଦିନରେ ମନେ ପଡିଯାନ୍ତି ସେହି ସୁଉଚ୍ଚ ମଣିଷ।ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଇ ପ୍ରବାଦ ପୁରୁଷଙ୍କ ଦାୟାଦ ଆଜି ବିଶ୍ୱ ଦରବାରରେ ଓଡ଼ିଶାକୁ ପରିଚିତ କରିବା ସହିତ ଦେଶରେ ନଂ ୱାନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ।ତାଙ୍କର ଅନୁକ୍ରମକୁ ଅନେକ ରାଜ୍ୟ ଅପଣାଇବା ପାଇଁ ବ୍ୟଗ୍ର।ଏହି ମହନୀୟତାକୁ ମନେ ପକାଇ ଚଳିତ ବର୍ଷ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବିଜୁ ସାଂସ୍କୃତିକ ଭବନ ଠାରେ ସ୍ମୃତି ଚାରଣ ସଭା ସହ ଏକ ସାଇକେଲ ରାଲି ଦ୍ଵାରା ସହରରେ ଅବସ୍ଥାପିତ ଗଣିଛକ ସ୍ଥିତ ବିଜୁ ପ୍ରତିମୂର୍ତ୍ତିରେ ଆଜି ପୁଷ୍ପମାଲ ଅର୍ପଣ କରାଯାଇଥିଲା।ବଡ଼ଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୃଦ୍ଧା ଓ ଦୃଷ୍ଟି ହୀନଙ୍କୁ ଚଷମା ସହିତ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଟିକାଦାନ ଓ ସୁସ୍ଥ ଜୀବନୀ କିଟ ବଣ୍ଟନ ସହିତ ଦୁସ୍ଥ ରୋଗୀଙ୍କୁ ଫଳାଦୀ ବଣ୍ଟନ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଦଳର ଛାମୁଆ ନେତାଙ୍କ ସହ ବିଜେଡି ବ୍ଲକ ସଭାପତି ବସନ୍ତ ସ୍ବାଇଁ,ଆସ୍କା ସମବାୟ ଚିନି ଶିଳ୍ପ ନିଗମ ସଭାପତି ରବୀନ୍ଦ୍ର କୁମାର ପଣ୍ଡା,ନଗର ସଭାପତି ସଂଜୀବ କୁମାର ଅଧିକାରୀ, ମୁଖ୍ୟମନ୍ତ୍ରୀ ପୁରସ୍କୃତ ତିତିଲି ହିରୋ ବୁଦ୍ଧିରାମ ବେହେରା, ଛାତ୍ର ସଭାପତି ପ୍ରସନ୍ନ ମୁନୀ,ଶକ୍ତି ରଞ୍ଜନ ସୁଆର, ଯୁବ ସଭାପତି ରାଜେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଓ ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ସଂଘମିତ୍ରା ଦଳେଇ,ଉପାଧ୍ୟକ୍ଷ ଭାଗ୍ୟଳତା ଡାକୁଆ,ଗାଜଲବାଡୀ ସରପଞ୍ଚ ରଶ୍ମିତା ଆଚାର୍ଯ୍ୟ, କାଉନସିଲର କାଜଲ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।