Odisha news

୧୧ଫୁଟିଆ ଅଜଗର ଉଦ୍ଧାର , ସାଧାରଣରେ କୋକୁଆଭୟ ସୃଷ୍ଟି

0

ନୀଳଗିରି : ନୀଳଗିରି ବନବିଭାଗ ଅଧିନ ନଟାପଡ଼ା ଗ୍ରାମରୁ ଏକ ୧୧ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି  । ଖାଦ୍ୟ ଅନ୍ୱେଷଣରେ ଗ୍ରାମାଭିମୁଖୀ ହୋଇଥିବା ଏହି ଅଜଗରଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ  ।

ଖବରପାଇ ବନବିଭାଗ କର୍ମଚାରୀମାନେ ନଟାପଡ଼ାଗ୍ରାମରେ ପହଞ୍ଚô ସାପଟିକୁ ଉଦ୍ଧାର କରି ନୀଳଗିରି ସ୍ୱର୍ଣ୍ଣଚୂଡ଼ ଜଙ୍ଗଲରେ ଛାଡ଼ିଦେଇଛନ୍ତି l

ଏକ ବିରାଟକାୟ ଅଜଗର ଉଦ୍ଧାର ହୋଇଥିବା ବେଳେ ଏହି ସାପକୁ ଦେଖିବାକୁ ଭିଡ ହୋଇଥିଲା । ସହରର ଜନଗହଳିପୂର୍ଣ୍ଣ ଅଂଚଳରେ ଏତେ ବଡ ସାପ ରହିଥିବା ନେଇ ସାଧାରଣରେ କୋକୁଆଭୟ ସୃଷ୍ଟି ହୋଇଛି ।

Leave A Reply