Odisha news

ସୋରରୁ ୮ଫୁଟର ଅଜଗର ସାପ ଉଦ୍ଧାର

0

ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଇପୁର ଗ୍ରାମର ଡମ୍ବରୁଧର ପାତ୍ରଙ୍କ ବିଲରେ ମାଛ ଧରିବାକୁ ଜାଲ ବସାଯାଇଥିବା ବେଳେ ଏକ ୮ ଫୁଟର ଅଜଗର ସାପ ଜାଲରେ ପଡିଥିଲା । ସ୍ଥାନୀୟ ଲୋକେ ଏ ବିଷୟରେ ବନ ବିଭାଗକୁ ଖବର ଦେବା ପରେ ସେମାନେ ପହଞ୍ଚି ସାପଟିକୁ ଜାଲରୁ ବାହାର କରି କୁଲଡିହା ଜଙ୍ଗଲରେ ଛାଡିଛନ୍ତି । ସୋର ସହର ମଧ୍ୟରେ ଏକ ବିରାଟକାୟ ଅଜଗର ଉଦ୍ଧାର ହୋଇଥିବା ବେଳେ ଏହି ସାପକୁ ଦେଖିବାକୁ ଭିଡ ହୋଇଥିଲା । ସହରର ଜନଗହଳିପୂର୍ଣ୍ଣ ଅଂଚଳରେ ଏତେ ବଡ ସାପ ରହିଥିବା ନେଇ ସାଧାରଣରେ କୋକୁଆଭୟ ସୃଷ୍ଟି ହୋଇଛି ।

Leave A Reply