Odisha news

ମାଛ ଜଳରୁ ବାହାରିଲା ଅଜଗର ସାପ : ତାପରେ …

0

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରା ଗଣ୍ଡିବେଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆସାହି  ଗ୍ରାମରେ  ଏକ ମାଛ ଜାଲରେ ଲାଗିଥିବା ଅଜଗର ସାପକୁ ଉଦ୍ଧାର କରାଯାଇଛି  । ଘଟଣାରୁ ପ୍ରକାଶ ଚଗୁଲୁ ରାଉତ ନାମକ ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ନଦୀରେ ଜାଲ ବିଛାଇଥିଲେ  । ସନ୍ଧ୍ୟା ସମୟରେ ଚଗୁଲୁ ଜାଲ ଉଠାଇବାକୁ ଯାଇ ସେଥିରେ ଏକ ଅଜଗର ସାପ ଲାଗିଥିବା ଦେଖି ଗ୍ରାମବାସୀମାନଙ୍କୁ ଜଣାଇଥିଲେ  ।

ଗ୍ରାମବାସୀମାନେ ଏବାବଦରେ କୁପାରୀ ବନବିଭାଗକୁ ଖବର ଦେବାପରେ ଔପଦା ରେଞ୍ଜର ବିବିତା ସରେନ୍ଙ୍କ ନିଦେ୍ର୍ଦଶରେ କୁପାରୀ ବନରକ୍ଷୀ ସଂଜୟ ମହାନ୍ତି ଓ ବନବିଭାଗ କର୍ମଚାରୀ ବାଦଲ କୁମାର ଜେନା, ସୁରେନ୍ଦ୍ର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ସାପଟିକୁ ନେଇ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ିଥିବା ଖବର ମିଳିଛି

Leave A Reply