ଆଜିକାଲି ମୋବାଇଲ ଫୋନ ବା ସ୍ମାର୍ଟ ଫୋନ ସମସ୍ତଙ୍କ ପାଇଁ ଗୋଟିଏ ଅତ୍ୟାବଶ୍ୟକୀୟ ଜିନିଷ ହୋଇ ଯାଇଛି l ସକାଳୁ ଉଠିବା ମାତ୍ରକେ ଆମେ ସମସ୍ତେ ଫୋନ ଦ୍ୱାରା ନିଜର ନିଦ ଭାଙ୍ଗି ଥାଉ l ଏହାପରେ ଆମ ସହିତ ଦିନସାରା କେବଳ ସେହି ଫୋନ ହିଁ ରହିଥାଏ l ଫୋନ ଦ୍ୱାରା ଆମେ ନିଜର ସମସ୍ତ କାର୍ଯ୍ୟ ଅଫିସ ଠାରୁ ନେଇ ଗୃହ କାର୍ଯ୍ୟ କରିବାକୁ ପଛାଉ ନାହିଁ l କିନ୍ତୁ ନିକଟରେ କାନାଡ଼ା ର ବୋଟରଲୁ ବିଶ୍ୱବିଦ୍ୟାଳୟ ର ହୋଇଥିବା ଗବେଷଣା ଅନୁସାରେ ୫ରୁ୧୮ ବର୍ଷ ମଧ୍ୟରେ ୨ଟି ସନ୍ତାନ ଥିବା ୫୪୯ ଜଣ ପିତାମାତା ଙ୍କ ଉପରେ କରାଯାଇ ଥିଲା l
– ଏହି ଗବେଷଣାରୁ ଜଣା ପଡିଲା ଯେ ଯେଉଁ ଅଭିଭାବକ ମାନେ ଖାଲି ସମୟରେ ଆରାମ କରୁଥିବା ସମୟରେ ସ୍ମାର୍ଟ ଫୋନ ରେ ବ୍ୟସ୍ତ ରହି ଥାଆନ୍ତି ସେମାନେ ନିଜ ସନ୍ତାନ ମାନଙ୍କ ପ୍ରତି ଅଧିକ ଚିଡି ଚିଡ଼ା ହୋଇ ଥାଆନ୍ତି l ଛୋଟ ଛୋଟ କଥାରେ ନିଜ ପିଲା ମାନଙ୍କ ଉପରେ ବିରକ୍ତ ହୋଇ ଥାଆନ୍ତି l ମୋବାଇଲ ଫୋନ ଓ ଅନ୍ୟ ଡିଜିଟାଲ ବ୍ୟବହାର କରୁଥିବା ଅଭିଭାବକ ୭୫ % ଡିପ୍ରେସନ ର ଶିକାର ହୋଇ ଥାଆନ୍ତି l
– ଗବେଷକ ମାନେ ଏହି ଗବେଷଣା କରୋନା ସମୟରେ କରିଥିଲେ l ଏହି କରୋନା ସମୟରେ ମଧ୍ୟ ଡିଜିଟାଲ ମାଧ୍ୟମ ଗୁଡିକ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା l ଏହି ସମୟରେ ପିତାମାତା ମାନେ ପ୍ରାୟ ଗୋଟିଏ ଦିନରେ ୮ରୁ ୧୦ ଘଣ୍ଟା ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରୁଥିଲେ l ଜଣେ ଗବେଷକ କହିଥିଲେ ଯେ ଗୋଟିଏ ପରିବାର ରେ ଉଭୟ ପିତାମାତା ୨ଜଣଙ୍କ ବ୍ୟବହାର ଗୁରୁତ୍ୱପୂର୍ଣ l
– ପୂର୍ବରୁ ଯେଭଳି ମାତାପିତା ନିଜ ସନ୍ତାନ ମାନଙ୍କ ପ୍ରତି ଧ୍ୟାନ ରଖିବା ସହିତ ସମୟ ଅତିବାହିତ କରୁଥିଲେ ତାହା ବର୍ତମାନ ସମୟରେ ପ୍ରାୟ ଆଉ ଦେଖିବାକୁ ମିଳୁନାହିଁ l ଏହାଛଡା ମାତାପିତା ନିଜ କାମ ଛଡା ଆଉ କିଛି ଗୁରୁତ୍ୱ ଦେଉ ନାହାନ୍ତି l
– ଗବେଷଣା କହୁଛି ଯେ ସେଥିପାଇଁ ଆଜିର ପିଲାମାନେ ଅଧିକ ଯିଦିଆ ସ୍ଵଭାଵ ର, ଏହାଛଡା ଅଧିକ ଉତେଜିତ ସ୍ୱଭାବର, ଅଧିକ ହିଂସ୍ର ସ୍ୱଭାବର ହୋଇ ଯାଉଛନ୍ତି l ଯାହା ତାଙ୍କ ବ୍ୟବିଷ୍ୟତ କୁ ନଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି l ତେଣୁ ପିତାମାତା ଡିଜିଟାଲ ମିଡ଼ିଆ ରୁ ଦୁରେଇ ରହି ନିଜ ସନ୍ତାନ ମାନଙ୍କୁ ବିଶେଷ ଧ୍ୟାନ ଦେବା ଜରୁରୀ l
– ଯେଉଁ ପିତାମାତା ଡିଜିଟାଲ ମିଡ଼ିଆ ରେ ଖୁବ କମ ସମୟ ଅତିବାହିତ କରି ଥାଆନ୍ତି , ସେମାନେ ନିଜ ସନ୍ତାନ ମାନଙ୍କ ପ୍ରତି ସକାରାତ୍ମକ ଭାବନା ରଖି ଥାନ୍ତି l ସେମାନେ ନିଜ ପିଲାଙ୍କ ସହିତ ଅଧିକ ରୁ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି l