ଶୀଘ୍ର ଶୋଇ ଶୀଘ୍ର ଉଠିବା ଗୋଟିଏ ସ୍ୱାସ୍ଥ୍ୟକର ଅଭ୍ୟାସ l କିନ୍ତୁ ଆଜିକାଲି ଲୋକେ ପେଚା ଭଳି ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହି ଥାଆନ୍ତି l ଦେଖିବାକୁ ଗଲେ ମୋବାଇଲ ଲୋକଙ୍କର ରାତିର ନିଦ୍ରାକୁ ବାଧା ଦେଉଛି l କିନ୍ତୁ ରାତିରେ ଡେରିରେ ଶୋଇବାର ଅଭ୍ୟାସ ପ୍ରାୟ ସମସ୍ତଙ୍କୁ ମଧୁମେହ ରେ ପୀଡିତ କରୁଛି l
ଗୋଟିଏ ଅଧୟନ ଅନୁସାରେ କୁହାଯାଇଛି ଯେ ରାତିରେ ଡେରିରେ ଶୋଉଥିବା ଲୋକେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ୪୬ ପ୍ରତିଶତ ଅଧିକ ମଧୁମେହ ରେ ପୀଡିତ ହୋଇ ଥାଆନ୍ତି l ବିଶେଷ ଭାବରେ ଠିକ ରେ ନ ଶୋଇବା ଏବଂ ଖରାପ ଜୀବନଶୈଳୀ ମଣିଷ ଜୀବନକୁ ଅଧିକ ପ୍ରଭାବିତ କରିଥାଏ l
– ନିକଟରେ ହୋଇଥିବା ଗୋଟିଏ ନୂଆ ଅଧୟନ ଅନୁସାରେ କୁହାଯାଇଛି ଯେ ଯେଉଁମାନେ ରାତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହି ଥାଆନ୍ତି ସେମାନଙ୍କ ମଧ୍ୟରେ ଅନ୍ୟ ମାନଙ୍କ ତୁଳନାରେ ମଧୁମେହ ରେ ପ୍ରଭାବିତ ହେବାର ଆଶଙ୍କା ୪୬ ପ୍ରତିଶତ ବଢି ଯାଇଥାଏ l ଏହି ଅଧ୍ୟୟନ ରେ ୫ହଜାର ଲୋକଙ୍କୁ ସାମିଲ କରାଯାଇ ଥିଲା ଯିଏକି ମଧୁମେହ ରେ ପୀଡିତ ହେବାର କାରଣ ରାତିରେ ଡେରିରେ ଶୋଇବା ଦର୍ଶା ଯାଇଥିଲା l
– ଏହି ଅଧ୍ୟୟନ ଅନୁସାରେ ବ୍ୟକ୍ତି ରାତ୍ରି ଭୋଜନ ର ଗୋଟିଏ ଘଣ୍ଟା ପରେ ଶୋଇବା ଜରୁରୀ ଏବଂ ନିୟମିତ ଖାଇ ସାରି କିଛି ସମୟ ଚାଲିବା ଆବଶ୍ୟକ ଅଟେ l
– ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଯେଉଁମାନେ ରାତିରେ ଡେରିରେ ଶୋଇ ଥାଆନ୍ତି ସେମାନଙ୍କ ଶରୀରର ଵlୟୋ କ୍ଳକ ପ୍ରଭାବିତ ହୋଇଥାଏ l ଏବଂ ମେଟାବୋଲିଯିମ ସମ୍ବନ୍ଧିତ ସମସ୍ୟା ହୋଇଥାଏ l
– ରାତିରେ ଡେରିରେ ଶୋଇବା ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା ଗୁଡିକ ମଧୁମେହ ସହିତ ହାଇ ବିଏମଆଇ, ବେଲି ଫ୍ୟାଟ , ଫ୍ୟାଟି ଲିଭର ସମସ୍ୟା, ଏବଂ ଅନ୍ତ କୋଷରେ ଫ୍ୟାଟ ଜମିବା ଇତ୍ୟାଦି l ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ l