Odisha news

ଏହି ୪ଟି ଉପାୟକୁ ଆପଣାନ୍ତୁ , ବିଛଣାକୁ ଯିବା ମାତ୍ରକେ ଆସିବ ତୁରନ୍ତ ନିଦ

0

ଗୋଟିଏ ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଭଲରେ ନିଦ ଆସିବା ଖୁବ ଜରୁରୀ ଅଟେ l ଡାକ୍ତର ମଧ୍ୟ ଦିନକୁ ୭ରୁ ୮ ଘଣ୍ଟା ନିଦରେ ଶୋଇବା ପାଇଁ ପରାମର୍ଶ ଦେଇ ଥାଆନ୍ତି l  କିନ୍ତୁ ଅନେକ ସମୟରେ ଏଭଳି ହୋଇଥାଏ ଯେ ରାତି ସାରା କଡ଼ ଲେଉଟାଇଲେ ମଧ୍ୟ ନିଦ ଠିକ ଭାବରେ ହୋଇ ନଥାଏ l  ସେଥିପାଇଁ ଅନେକ ଲୋକ ଔଷଧର ସାହାରା ନିଅନ୍ତି l  କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ l  ଏହା ଆପଣଙ୍କୁ ଆହୁରି ମଧ୍ୟ ଅନେକ ଗୁଡିଏ ରୋଗ ଆଡକୁ ଠେଲି ଦେଇଥାଏ l ସେଥିପାଇଁ ଆମେ ଆପଣଙ୍କୁ କିଛିଟା ଉପାୟ କହୁଚୁ, ଯାହାକୁ ଆପଣାଇ ଆପଣ ବିଛଣାକୁ ଯିବା ମାତ୍ରକେ ନିଦ ଆସିବ l

– ଶୋଇବା ପୂର୍ବରୁ ଫେସ ୱାସ କରନ୍ତୁ –
ଶୋଇବା ପୂର୍ବରୁ ପ୍ରତିଦିନ ଆପଣ ନିଜ ମୁହଁ କୁ ଥଣ୍ଡା ପାଣି ରେ ଧୋଇ ସଫା କରନ୍ତୁ l ଏଭଳି କରିବା ଦ୍ୱାରା ଖୁବ ରିଲାକ୍ସ ଲାଗିଥାଏ l ଏଭଳି କରି ସାରିବା ପରେ ଆପଣ ବେଡ଼ କୁ ଯାଆନ୍ତୁ, ଯାହାଦ୍ୱାରା ଆପଣଙ୍କୁ ତୁରନ୍ତ ନିଦ ଆସିବ l ବିଶେଷ କାରଣ ଟି ଆମ ମୁହଁ ରେ ୪୦ ଟି ରୁ ଅଧିକ ମାଂସପେଶୀ  ରହିଥାଏ ଯାହାକି ଆମ ଶରୀରର ଅନ୍ୟ ଅଙ୍ଗକୁ ସଂକେତ ପଠାଇ ଥାଏ l ଯଦି ମୁହଁ ରିଲାକ୍ସ ହେବ ତେବେ ଶରୀର ରିଲାକ୍ସ ହୋଇ ନିଦ ଆସିବ l

– ନକାରାତ୍ମକ ଚିନ୍ତା କୁ ଦୂର କରନ୍ତୁ –
ଅନେକ ସମୟରେ ଏଭଳି ହୋଇଥାଏ, ବିଛଣାକୁ ଯିବା ମାତ୍ରକେ ମସ୍ତିଷ୍କ ରେ ବିଭିନ୍ନ ପ୍ରକାର ଚିନ୍ତା ଆସିବାକୁ ଲାଗିଥାଏ l  ଯେଭଲିକି କିଏ ଆମ ମନକୁ ଆଘାତ ଦେଲା, ଆଜି କେଉଁ କାମ ଅଟକି ଗଲା ଓ କାଲିକି କେଉଁ କାମ ବାକି ରହିଲା ଇତ୍ୟାଦି ଚିନ୍ତା ଆସିଥାଏ, ଯାହାକି ଆମ ନିଦ୍ରା କୁ ପ୍ରଭାବିତ କରିଥାଏ l  ତେଣୁ ପ୍ରତ୍ୟେକ ଲୋକ ସେଥିପ୍ରତି ସତର୍କ ରୁହନ୍ତୁ l

– ଫୋନ ଠାରୁ ଦୂରତା –
ଅନେକ ଲୋକଙ୍କର ଅଭ୍ୟାସ ରହିଛି ବିଛଣା କୁ ଯିବା ମାତ୍ରକେ ଫୋନ କାଢି ବ୍ୟବହାର କରିବା l ଏପରି ସ୍ଥିତି ରେ ନିଦ ଯଦି ଆସିଥାଏ ତାହା ବାଧା ପ୍ରାପ୍ତ ହୋଇଥାଏ l  କାହିଁକି ନା ଫୋନ ରୁ ବାହାରୁଥିବା ଆଲୋକ ଆମ ମେଲାଟୋନିନ କୁ ପ୍ରଭାବିତ କରିଥାଏ l  ମେଲାଟୋନିନ ସେହି ହର୍ମୋନ ଯାହାକି ନିଦ କୁ ରେଗୁଲେଟ କରିଥାଏ l  ତେଣୁ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଫୋନ ବନ୍ଦ କରିବା ଜରୁରୀ l

– ନିଶ୍ୱାସ ପ୍ରଶ୍ୱାସ ବ୍ୟାୟାମ –
ବ୍ୟାୟାମ କରିବା ଦ୍ୱାରା ଆମ ସମଗ୍ର ଶରୀର ରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ ଓ ଅକ୍ସିଜେନ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ l  ଏହାଦ୍ୱାରା ଆପଣଙ୍କ ମାନସିକ ଚାପ ହ୍ରାସ ହୋଇଥାଏ l  ସେଥିପାଇଁ ଆପଣ ବେଡ଼ ରେ ଚିତ୍ତ ହୋଇ ଶୋଇ ଦୀର୍ଘ ନିଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ l ଏହାଦ୍ୱାରା ଆପଣଙ୍କ ଶରୀର ରିଲାକ୍ସ ହୋଇ ଭଲରେ ନିଦ ଆସିବ ଏବଂ ମନ ବିଚଳିତ ହେବ ନାହିଁ l

Nalco
Leave A Reply