ଚାଣକ୍ୟଙ୍କ ନୀତି ଶାସ୍ତ୍ର ଜୀବନ କୁ ଗୋଟିଏ ନୂଆ ଦିଗ ଦେଇଥାଏ, ଯାହାକି ଆମକୁ ଜୀବନ ରେ ଲୋକ ଚିହ୍ନିବା ସହିତ ଲୋକଙ୍କ ମଝିରେ ନିଜକୁ ସ୍ଥାପନା କରିବାରେ ସାହାଯ୍ୟ କରିଥାଏ l ତେଣୁ ଆଜିର ଚାଣକ୍ୟ ଙ୍କ ଶ୍ଳୋକ ରେ ଜୀବନ ରେ କେଉଁ ବ୍ୟକ୍ତିମାନେ ଅଧିକ ଘାତକ ହୋଇ ଥାଆନ୍ତି ସେହି ବିଷୟରେ କୁହାଯାଇଛି l
– ‘ ନୈଵ ପଶ୍ୟତି ଜନ୍ମାନ୍ଧ , କାମାନ୍ଧୋ ନୈଵ ପଶ୍ୟତି l ମଦୋନ୍ମତା ନ ପଶ୍ୟନ୍ତି ଅର୍ଥୀ ଦୋସଂ ନ ପଶ୍ୟତି l ‘
ଏହାର ଅର୍ଥ ହେଲା ଜନ୍ମରୁ ଅନ୍ଧ ଥିବା ବ୍ୟକ୍ତି କୁ ଅନ୍ଧକାର ବ୍ୟତିଟି କିଛି ମଧ୍ୟ ଦେଖା ଯାଇ ନଥାଏ , ଯେଉଁ ବ୍ୟକ୍ତି କ୍ରୋଧ, ଅହଂକାର, ସ୍ୱାର୍ଥ, କାମ ବାସନା ଓ ନିଶା ର ଖରାପ ଅଭ୍ୟାସ ରେ ଲିପ୍ତ ରହିଥାଏ ସେ ଏହିସବୁ ଜିନିଷ ଛଡା କିଛି ଦେଖିପାରି ନଥାଏ l
– ଚାଣକ୍ୟ ଙ୍କ ନୀତି ଅନୁସାରେ ସ୍ୱାର୍ଥ ପର ମଣିଷ ନିଜର ସୁଖକୁ ପୁରା କରିବା ପାଇଁ ଯେ କୌଣସି ପରିସ୍ଥିତିକୁ ମଧ୍ୟ ଯାଇପାରେ l ସେ ଯାହାବି ହେଉନା କାହିଁକି ସେଥିପାଇଁ ମାନସମ୍ମାନ ହାନି ହେଉ କିମ୍ବା ଧନ ହାନି ହେଉ, ଏଭଳି ସ୍ୱାର୍ଥ ନ୍ୱେଷୀ ମଣିଷ ଠାରୁ ଦୁରେଇ ରହିବ ଆବଶ୍ୟକ l କାହିଁକି ନ ଏମାନେ ସର୍ପ ଠାରୁ ମଧ୍ୟ ଭୟଙ୍କର l ସର୍ପ ତ ସାମ୍ନାରୁ ଆକ୍ରମଣ କରିଥାଏ, କିନ୍ତୁ ସ୍ୱାର୍ଥପର ମଣିଷ ପିଠି ପଛରେ ରହି ଆକ୍ରମଣ କରେ l
– କ୍ରୋଧ ମଣିଷର ସମସ୍ତ ବୁଝିବା ଶକ୍ତିକୁ ନଷ୍ଟ କରିଦିଏ l କ୍ରୋଧୀ ମଣିଷ ନିଜ ସହିତ ସବୁବେଳେ ଅନ୍ୟର କ୍ଷତି ମଧ୍ୟ ଘଟାଇ ଥାଏ l ଏଭଳି ଲୋକେ କ୍ରୋଧର ବଶବର୍ତ୍ତୀ ହୋଇ ନିଜର ମର୍ଯ୍ୟାଦା ଭୁଲି ଯାଇ ଥାଆନ୍ତି , ତେଣୁ ଏଭଳି ବ୍ୟକ୍ତି ଶତ୍ରୁ ଠାରୁ ମଧ୍ୟ ଭୟଙ୍କର ଅଟେ l
– ଚାଣକ୍ୟ ନୀତି କହୁଛି ଯେଉଁ ବ୍ୟକ୍ତି ମନରେ କପଟ ରଖିଥାଏ ସେ କଦାପି କାହାର ନିଜର ହୋଇପାରେ ନାହିଁ l କାହିଁକି ନା ସେ ଅନ୍ୟର ଉନ୍ନତି ଦେଖି ସବୁବେଳେ ଜଳି ଥାଏ l ନିଜର ଅସଫଳତା ଠାରୁ ଏଭଳି ବ୍ୟକ୍ତି ଅନ୍ୟର ସଫଳତାରେ କଷ୍ଟ ପାଇ ଥାଆନ୍ତି l ତେଣୁ ସେମାନେ ସମାଜ ରେ ଆପଣଙ୍କ ମାନସମ୍ମାନ କୁ ନଷ୍ଟ କରିବାକୁ କଦାପି ପଛାନ୍ତି ନାହିଁ l ତେଣୁ ଏଭଳି ବ୍ୟକ୍ତି ଠାରୁ ଦୁରେଇ ରହିବ ଆବଶ୍ୟକ l
– ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଭେଦଭାବ କରିବା ପାଇଁ କହୁଛି ତେବେ ଏଭଳି ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ l ଏଭଳି ଲୋକ ନିଜର ଖରାପ ବୁଦ୍ଧି ଦ୍ୱାରା ଆପଣଙ୍କ ଜୀବନ କୁ ନର୍କ କରିଦେବେ l ଏଭଳି ଲୋକଙ୍କ ଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ l
