ସ୍ମାର୍ଟଫୋନ ଓ ଟେକ୍ନୋଲୋଜି ର ଦୁନିଆରେ ପ୍ରାୟ ସମସ୍ତେ ଅଧିକ ସମୟ ଫୋନ ଓ ସୋସିଆଲ ମିଡିଆରେ ଅତିବାହିତ କରୁଛନ୍ତି l ଏହାଛଡା ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ଓ ପ୍ରତ୍ୟେକ ଅସୁବିଧା କୁ ଆମେ ଖୁବ ସହଜ ରେ ସ୍ମାର୍ଟ ଫୋନ ଜରିଆରେ ସମାଧାନ କରି ପାରୁଛୁ l ଆଜିର ଦୁନିଆରେ ଆମକୁ ସ୍ମାର୍ଟ ଡିଭାଇସ ର ଗୋଟିଏ ପ୍ରକାର ଅଭ୍ୟାସ ହୋଇ ଯାଇଛି ,ଯାହାକି ଜୀବନ କୁ ସହଜ କରିଦେଇ ଥିଲେ ମଧ୍ୟ ଶରୀର ପାଇଁ ଅନେକ ପ୍ରକାର ରୋଗର କାରଣ ମଧ୍ୟ ହୋଇଯାଇଛି l କାହିଁକି ନା ଆଜି ପର୍ଯ୍ୟନ୍ତ ହୋଇଥିବା ଅନେକ ଗୁଡିଏ ଗବେଷଣା ରୁ ଜଣା ପଡିଛି ଯେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ମାନସିକ ଚାପ ଓ ବିଭିନ୍ନ ପ୍ରକାର ରୋଗର କାରଣ ଅଟେ l ସେଥିପାଇଁ ଅନେକ ଗୁଡିଏ ଅଧ୍ୟୟନ ରେ କୁହାଯାଇଛି ଯେ ଆଜିର ଆଧୁନିକ ଟେକ୍ନୋଲୋଜି ରେ ଡିଜିଟାଲ ଡିଟକ୍ସ ଖୁବ ଜରୁରୀ l
ବ୍ରିଟେନ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ଡିଜିଟାଲ ଡିଟକ୍ସ ଯୋଗୁଁ ୧୦ ଦିନ ଫୋନ ଠାରୁ ଦୁରେଇ ରହି ୧୧ ଦିନ ଫୋନ ନିକଟକୁ ଯାଇଥାଏ , ତେହା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ l ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସତର୍କ ରହିବା ଆବଶ୍ୟକ l
କରୋନା ମହାମାରୀ ସମୟରେ ଅନଲାଇନ ରେ କାମ କରି ଏହା ୪୮ .୫ ପ୍ରତିଶତ ଅଧିକ ବୃଦ୍ଧି ପାଇଛି l ମାଇକ୍ରୋସଫ୍ଟ ର ଗବେଷଣାରୁ ଜଣା ପଡିଛି ଯେ ୩୦ ପ୍ରତିଶତ ଅନଲାଇନ ମିଟିଂ ବୃଦ୍ଧି ପାଇଛି ଓ ଭିଡିଓ କଲିଂ ୧୦୦ ପ୍ରତିଶତ ବୃଦ୍ଧି ପାଇଛି l ଗବେଷକ ଙ୍କ ମତରେ ଆଜିର ଦୁନିଆରେ ଡିଜିଟାଲ ଡିଟକ୍ସ ଖୁବ ଜରୁରୀ ଅଟେ l
– ଅଧ୍ୟୟନ ରୁ ଜଣା ପଡିଛି ଯେ ଅତ୍ୟଧିକ ଯାନ୍ତ୍ରିକ ବ୍ୟବହାର ମଣିଷ ର ମସ୍ତିଷ୍କକୁ ଅକାମି କରି ଦେଉଛି l ଏହା ମସ୍ତିଷ୍କ ରେ ଡୋପାମାଇନ ରିଲିଜ କୁ ପ୍ରଭାବିତ କରିଥାଏ l ଆପଣ ଯେତେ ଅଧିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କୁ ବ୍ୟବହାର କରିବେ ସେତେ ଅଧିକ ମାନସିକ ପ୍ରୋତ୍ସାହନ ଲାଭ କରୁଥିବେ l ଯାହାକି ମାନସିକ ପୀଡା ର କାରଣ ଅଟେ l
– ଯେତେବେଳେ ସ୍ୱାସ୍ଥ୍ୟ ର କଥା ଆସିଥାଏ, ତେବେ ଜାଣି ରଖିବା ଆବଶ୍ୟକ ରାତି ର ନିଦ୍ରା ଠାରୁ ଅଧିକ ମହତ୍ଵପୁର୍ଣ କିଛିବି ନାହିଁ l ଠିକ ଭାବରେ ଶୋଇବା ଦ୍ୱାରା ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ଅଧିକ ପରିମାଣ ରେ ବୃଦ୍ଧି ପାଇଥାଏ l କିନ୍ତୁ ଆଜିକାଲି ସବୁଠୁ ଅଧିକ ମୋବାଇଲ ଓ ଟେକ୍ନୋଲୋଜି ଆମ ଜୀବନ କୁ ପ୍ରଭାବିତ କରୁଛି l ଯେଉଁମାନେ ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରନ୍ତି, ଏହା ମେଲାଟୋନିନ ନାମକ ଜଣାଶୁଣା କେମିକାଲ ର ସ୍ରାବ କୁ ପ୍ରଭାବିତ କରିଥାଏ l କିନ୍ତୁ ପ୍ରତିଦିନ ଡିଜିଟାଲ ଡିଟେକ୍ସ ନିଦ ର ପ୍ୟାଂଟର୍ନ ରେ ସୁଧାର ଆଣିଥାଏ l ଯାହା ଅନେକ ପ୍ରକାର ରୋଗ ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ , ଥାଇରଏଡ ଇତ୍ୟାଦି ସମସ୍ୟା ଠାରୁ ଦୁରେଇ ରଖିଥାଏ l
– ବିଭିନ ଯାନ୍ତ୍ରିକ ଉପକରଣ ଦ୍ୱାରା ଆମେ ସେମାନଙ୍କ ଆଡକୁ ଆକର୍ଷିତ ହୋଇ ଯାଇଥାଉ l କୌଣସି କାର୍ଯ୍ୟରେ ଫୋକସ କରିବା ଆମ ପାଇଁ ଅସମ୍ଭବ ହୋଇଥାଏ l ଯଦି ଆମେ ମାସକୁ ମାତ୍ର ୧୦ ଦିନ ପାଇଁ ଡିଜିଟାଲ ଡିଟେକ୍ସ ର ସହର ନେବା ଆମ ଶରୀର ଅନେକ ମାତ୍ରାରେ ସୁରକ୍ଷିତ ରହିବ ଓ ଆମେ ନିଜକୁ ସୁସ୍ତ ରଖି ପରିବା l
– ଅତ୍ୟଧିକ ଯାନ୍ତ୍ରିକ କାର୍ଯ୍ୟରେ ମଣିଷ ବ୍ୟସ୍ତ ରହି ନିଜକୁ ପ୍ରକୃତି ଓ ପରିପାର୍ଶ୍ଵିକ ପରିସ୍ଥିତି ଠାରୁ ଦୁରେଇ ରଖୁଛି , ଯାହାକି ମାନସିକ ଅବସାଦ ର କାରଣ ହୋଇଥାଏ l ଏହି ମାନସିକ ଅବସାଦ ମଣିଷ କୁ ବିଭିନ ପ୍ରକାର ରୋଗରେ ଆକ୍ରାନ୍ତ କରିଥାଏ l ଅତ୍ୟଧିକ ଫୋନ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ମଧ୍ୟ ଖାଲି ଖାଲି ହୋଇଯାଏ, ଯେଉଁ କାରଣରୁ ବ୍ୟକ୍ତି ଅଧିକ ଆକ୍ରୋଶ ମନୋଭାବ ର ଶିକାର ହୋଇଥାଏ ଏବଂ ସର୍ବଦା କ୍ରୋଧ କରିଥାଏ l ତେଣୁ କୁହାଯାଉଛି ଯେ ଏହା ଆବଶ୍ୟକତା ଠାରୁ ଅଧିକ ସ୍ମାର୍ଟ ଫୋନ ବ୍ୟବହାରର କାରଣ ଅଟେ l ତେଣୁ ଡିଜିଟାଲ ଡିଟେକ୍ସ ଜରୁରୀ ଅଟେ l
ଡିଜିଟାଲ ଡିଟକ୍ସ କଣ –
ଆଜିର ବିଭିନ୍ନ ସୋସିଆଲ ମିଡ଼ିଆ ସାଇଡ ଦ୍ୱାରା ମଣିଷ ର ମସ୍ତିଷ୍କ ଉପରେ ବିଭିନ୍ନ ପ୍ରକାର ଖରାପ ପ୍ରଭାବ ପଡୁଛି, ଯାହାକି ମଣିଷକୁ ଭାରାକ୍ରାନ୍ତ କରାଇବା ସହିତ ରୋଗରେ ପୀଡିତ କରୁଛି l କାହିଁକି ନ କଥାରେ ଅଛି ଆବଶ୍ୟକତା ଠାରୁ କୌଣସି ଜିନିଷ ର ଅଭ୍ୟାସ ପଡିବା ଶରୀର ପକ୍ଷରେ କ୍ଷତିକାରକ l ଆମର ଏକାଗ୍ରତା ମଧ୍ୟ ଏହାଦ୍ୱାରା ବାଧାପ୍ରାପ୍ତ ହୋଇଥାଏ, ତେଣୁ ଡିଜିଟାଲ ଡିଟେକ୍ସ ର ସାହାରା ନେବା ସମସ୍ତେ ଆବଶ୍ୟକ l ତେଣୁ ଏପରିସ୍ଥିତି ରେ ସୋସିଆଲ ମିଡ଼ିଆରୁ ବ୍ରେକ ନେବା ସବୁଠୁ ଆବଶ୍ୟକ l ତେଣୁ ଅଧ୍ୟୟନ ରେ କୁହାଯାଇଛି ଯେ ନିଜଠାରୁ ପ୍ରତିଦିନ କିଛି ଘଣ୍ଟା ପାଇଁ ନିଜର ପ୍ରିୟ ମୋବାଇଲ, ଲାପଟପ, କମ୍ପ୍ୟୁଟର, ଆଇ ପଡ ଇତ୍ୟାଦିକୁ ଦୁରେଇ ରଖନ୍ତୁ l ଯଦି ଆପଣ ଗୋଟିଏ ଦିନରେ ୧୦ ଘଣ୍ଟା ଅତି କମ ରେ ନିଜକୁ ସୋସିଆଲ ମିଡ଼ିଆ ଠାରୁ ଦୁରେଇ ରଖି ପାରିବେ ତେବେ ଅନେକ ପ୍ରକାର ଶାରୀରିକ ଲାଭ ପାଇବେ l
