ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ରାଜ୍ୟ ଗୁଡିକରେ SIR ଲାଗୁ କରିବାର ପ୍ରକ୍ରିୟା ଜାରି ହେବାକୁ ଯାଉଛି , SIR ର ପ୍ରକୃତ ଫୁଲ ଫର୍ମ ହେଉଛି – ସ୍ପେସିଆଲ ଇଣ୍ଟେନସିଭ ରିଭିଜନ , ମତଦାତା ପାଇଁ ଖୁବ ଜରୁରୀ ଅଟେ l ଇଲେକ୍ସନ କମିଶନ ଙ୍କ ମତରେ ଏହା ଭୋଟର ମାନଙ୍କ ପାଇଁ ଖୁବ ଜରୁରୀ ଓ ଭୋଟର ମାନେ ଠକାମୀ ର ଶିକାର ହୋଇପାରିବେ ନାହିଁ l ବର୍ତମାନ ଏହା ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ୧୨ ଟି ରାଜ୍ୟରେ ଲାଗୁ ହେବାକୁ ଯାଉଛି l ଯେଉଁ ରାଜ୍ୟରେ SIR ଆରମ୍ଭ ହେବାକୁ ଯାଉଛି, ସେହି ରାଜ୍ୟର ମତଦାତାଙ୍କ ସୂଚୀ କୁ ସୋମବାର ରାତି ୧୨ ଟାରୁ ଫ୍ରିଜ କରିଦିଅ ଯାଇଛି l କିନ୍ତୁ ସର୍ବ ପ୍ରଥମେ ଜଣେ ନାଗରିକ ଜାଣି ରଖିବା ଆବଶ୍ୟକ ଯେ SIR ପ୍ରକ୍ରିୟା କିପରି ହୋଇଥାଏ ?
SIR ର ଉଦେଶ୍ୟ କଣ ?
ମତଦାତା ସୂଚୀ ରେ ନାମ ଗୁଡିକ ର ଶୁଦ୍ଧତା, ନୂଆ ନାମ ଯୋଡିବା, କାଟିବା ସୁଧାରିବା ଓ ସ୍ଥାନାନ୍ତରଣ ସୁରକ୍ଷିତ କରିବା ହୋଇଥାଏ l ଯେତେବେଳେ ନିର୍ବାଚନ ଆୟୋଗ ଙ୍କୁ ଲାଗିଥାଏ ମତଦାତା ଙ୍କ ସୂଚୀ ଖୁବ ଅସନ୍ତୁଳିତ ଅଛି , ଯେପରିକି ମୃତ ବ୍ୟକ୍ତିଙ୍କ ନାମ, ଡୁପ୍ଲିକେଟ ତଥ୍ୟ, କିମ୍ବା ଅପୂର୍ଣ୍ଣ ତଥ୍ୟ କିଛି ଦିଆଯାଇଛି ଏହାକୁ ଇଲେକ୍ସନ ପୂର୍ବରୁ ଯାଞ୍ଚ କରାଯିବ ଜରୁରୀ ଅଟେ l ଯଦି ସେଥିରେ କିଛି ଭୁଲ ରହିଥାଏ ତେବେ ନିର୍ବାଚନ ଆୟୋଗ ଙ୍କ ଦ୍ୱାରା SIR ଅର୍ଥାତ ବିଶେଷ ଗହନ ପୁନଃ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ l ଯାହାଦ୍ୱାରା ସଠିକ ଲୋକ ହିଁ ଭୋଟ ଦେଇପାରିବ l
SIR ପ୍ରକ୍ରିୟା ରେ କଣ କଣ ହୋଇଥାଏ ?
SIR ପ୍ରକ୍ରିୟା ସମୟରେ ଯେଉଁ ରାଜ୍ୟ ଗୁଡିକରେ ଏହି ପ୍ରକ୍ରିୟା କରାଯିବ , ସେଠାକାର ବ୍ଲକ ସ୍ତରର ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯାଏ, ଏହାପରେ ବୁଥ ଗୁଡିକ ରେ କ୍ୟାମ୍ପ ଲଗାଯାଏ, ଏହି ପ୍ରକ୍ରିୟା ସମୟରେ ବ୍ଲକ ସ୍ତରର ଅଧିକାରୀ ମାନେ ଘର ଘର ଯାଇ ସମସ୍ତ ତଥ୍ୟ ଯାଞ୍ଚ କରି ଥାଆନ୍ତି l ଏହି ପ୍ରକ୍ରିୟା ରେ ନୂଆ ନାମ ଯୋଡିବା, କିଛି ତ୍ରୁଟି ଯଦି ରହି ଯାଇଥାଏ ତାହାକୁ ସୁଧାରିବା ଇତ୍ୟାଦି ରହିଥାଏ l ଯଦି ମତଦାତା ବ୍ଲକ ଅଧିକାରୀ ଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେଉନାହିଁ ତେବେ ସେ ନିର୍ବାଚନ ଅଧିକାରୀ ଙ୍କୁ ମଧ୍ୟ ଅପିଲ କରିପାରିବ l
ବର୍ତମାନ ବିହାର ରାଜ୍ୟରେ SIR ଲାଗୁ ହୋଇ ମତଦାତା ଙ୍କ ସୂଚୀ କୁ ସଠିକ ଭାବରେ ପରୀକ୍ଷଣ କରାଯାଉଛି l ଯାହାଦ୍ୱାରା ଜଣାପଡିଛି ଯେ ବିହାର ରେ ସମୁଦାୟ ୭କୋଟି ୪୨ ଲକ୍ଷ ଲୋକ ବର୍ତମାନ ଭୋଟ ଦେଇପାରିବେ, ପୁରୁଣା ସୂଚୀ ରୁ ୪୭ ଲକ୍ଷ କମି ଯାଇଛି l
