Odisha news

ମହିଳାଙ୍କ ଦ୍ୱାରା ଫାଇନାନ୍ସ କର୍ମଚାରୀ ଅଟକ,ଥାନାରେ ଅଭିଯୋଗ

0

ସିମୁଳିଆ-୨୯/୦୯ :  ସରକାରଙ୍କ ଦ୍ୱାରା ଗାଁର ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱଳ୍ପ ସୁଧ ହାରରେ ଅର୍ଥ ଯୋଗାଉଥିବାବେଳେ କିଛି ଠକ ସଂସ୍ଥା ପ୍ରାଇଭେଟ ଅର୍ଥଲଗାଣ ସଂସ୍ଥା କରି ନିରୀହ ଗ୍ରାମାଞ୍ଚଳମାନଙ୍କରେ ମହିଳାମାନଙ୍କୁ ଠକୁଥିବାର ନଜରକୁ ଆସିଲେବି ସେମାନଙ୍କ ଉପରେ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସହଜରେ ନିରିହ ଓ ଗରିବ ମହିଳାମାନଙ୍କୁ ଠକିବାରେ ସକ୍ଷମ ହେଉଛନ୍ତି । ସେହିଭଳି ଏକ ଘଟଣାା ଗୋପିନାଥପୁର ଗ୍ରାମରେ ଘଟିଥିବାର ସିମୁଳିଆ ଥାନାରେ ମହିଳାମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାର ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତର ଗୋପିନାଥପୁର ଗ୍ରାମର କେଶବ ନାୟକଙ୍କ ସ୍ତ୍ରୀ ଅନୂସୟା ନାୟକ,ମନୋରଂଜନ ନାୟକଙ୍କ ସ୍ତ୍ରୀ ମୋନାଲିସା ନାୟକ,କୈ÷ଳାଶ ନାୟକଙ୍କ ସ୍ତ୍ରୀ ସଂନ୍ଧ୍ୟାରାଣି ନାୟକ,ପଦ୍ମଲୋଚନ ପାଣିଗ୍ରାହୀଙ୍କ ସ୍ତ୍ରୀ ଯଶୋଦା ପାଣିଗ୍ରାହୀ ଓ ରବିନ୍ଦ୍ର ଜେନାଙ୍କ ସ୍ତ୍ରୀ ମାତାଜି ଜେନା ସିମୁଳିଆ ଥାନାରେ କରିଥିବା ଲିଖିତ ଅଭିଯୋଗନୁଯାୟୀ ସେମାନେ ବାସୁଦେବପୁର ଅଞ୍ଚଳରେ ଥିବା ସ୍ପନ୍ଦନା ଗୃପ ଅର୍ଥଲଗାଣକାରୀ ସଂସ୍ଥା ନିକଟରୁ ତିନି ବର୍ଷ ତଳେ ରୁଣ ଆଣିଥିଲେ । ପ୍ରତିମାସ ସେମାନଙ୍କ କର୍ମଚାରୀ ଆସି ରୁଣଟଙ୍କାର କିସ୍ତି ଓ ସୁଧ ନେଇଥାନ୍ତି ତା ପ୍ରତିବଦଳରେ ରସିଦ ମାଗିଲେ ଦେଇ ନ ଥାାନ୍ତି । ଏଥି ସହିତ ଯଶୋଦାଙ୍କ ସ୍ୱାମୀ ମୃତୁ୍ୟବରଣ କରିଥିଲେ ମଧ୍ୟ ବୀମା ବାବଦରେ ଅର୍ଥ ଦେବା କଥା କହି ଟାଳଟୁଳ ନୀତି ଅବଲମ୍ବନ କରିଥିବାର ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ରୁଣ ଟଙ୍କା ସୁଧ ଦେବା ପରେ ମଧ୍ୟ ଆଜି ଆସି ବକୈ÷ୟା ଟଙ୍କା ନେବାକୁ ଜିଦ ଧରି ମାଗି ବସିଥିଲେ । ବାଧ୍ୟ ହୋଇ ମହିଳାମାନେ ଏହି କର୍ମଚାରୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ଥାନାରେ ସେମାନଙ୍କ ନାମରେ ଅଭିଯୋଗ କଥା ମହିଳାମାନେ କହିବାରୁ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ । ବାରମ୍ବାର ଆସି ମହିଳାମାନଙ୍କୁ ଅନାୟସରେ ହଇରାଣ କରୁଥିବାରୁ ବାଧ୍ୟ ହୋଇ ମହିଳାମାନେ ସିମୁଳିଆ ଥାନାରେ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଅପରପକ୍ଷେ ସ୍ପନ୍ଦନା ଗୃପ ଅର୍ଥଲଗାଣ ସଂସ୍ଥାକୁ ଯୋଗାଯୋଗ କରାଯାଇଥିଲେବି ଯୋଗାଯୋଗ ହୋଇ ପାରି ନ ଥିଲା । ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Nalco
Leave A Reply