Odisha news

ରେମୁଣା ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ

0

ବାଲେଶ୍ୱର-୨୯/୦୯ : ଶୁକ୍ରବାରଦିନ ପୂର୍ବାହ୍ନରେ ରେମୁଣା ବିଜେପିର ସାଂଗଠନିକ ବୈଠକ ଦଳୀୟ କାର୍ଯ୍ୟାଳୟ ବାଲିଆଠାରେ ଅନୁଷ୍ଠିତ ହୋଇଯାଇଛି । ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀର ୬ଗୋଟି ମଣ୍ଡଳର ମଣ୍ଡଳ ସଭାପତି,୨ ସାଧାରଣ ସମ୍ପାଦକ ଶକ୍ତିକେନ୍ଦ୍ର ପ୍ରମୁଖ, ସହପ୍ରମୁଖ, ଶକ୍ତିକେନ୍ଦ୍ର ପ୍ରଭାରୀ, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପଦପାଇଁ ଲଢିଥିବା କାର୍ଯ୍ୟକର୍ତ୍ତା, ପ୍ରତ୍ୟେକ ପଞ୍ଚାୟତ ତଥା ରେମୁଣା ଏନ୍ଏସିର ବରିଷ୍ଠ କାର୍ଯ୍ୟକର୍ତ୍ତା, ସଂଗଠନରେ ଥିବା ଜିଲ୍ଲା ଓ ରାଜ୍ୟର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ମଂଚ ଆହ୍ୱାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ରେମୁଣା କୋର କମିଟିର ଆବାହକ ଉମାକାନ୍ତ ପଣ୍ଡା ସଭାକାର୍ଯ୍ୟ ପରି·ଳନା କରିୁଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେମୁଣାର ବରିଷ୍ଠ କାର୍ଯ୍ୟକର୍ତ୍ତା କାର୍ତ୍ତିକ ଚନ୍ଦ୍ର ଗିରି, ରେମୁଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ପ୍ରଭାରୀ ଆଶିଷ ଘୋଷ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ପ୍ରମୁଖ ଯୋଗଦେଇ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଦଳର ସାଂଗଠନିକ କାର୍ଯ୍ୟ ଠିକ୍ ଠାକ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ କନକଦୁର୍ଗା ମଣ୍ଡଳ ସଭାପତି ଗିରିଧାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ସମସ୍ତେ ଏକତ୍ରୀତ ହୋଇ ନିଜ ନିଜ ମଧ୍ୟରେ ବିଭେଦ ଭୁଲି କାର୍ଯ୍ୟକଲେ ରେମୁଣାରେ ପୁଣି ଡବଲଇଞ୍ଜିନ ସରକାରର ପ୍ରତିନିଧି ନିର୍ବାଚିତ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । (ଫଟୋ)

Nalco
Leave A Reply