ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଏବଂ ଶାସକମାନଙ୍କୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ଦାୟିତ୍ୱ ହେଉଛି ନାଗରିକମାନଙ୍କର
ବାଲେଶ୍ୱର-୨୯/୦୯ : ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣତନ୍ତ୍ର ବିପନ୍ନ ହେଉଥିବା ଭୂଖଣ୍ଡର ଅଧିବାସୀମାନେ ସ୍ୱର ଉତ୍ତୋଳନ କରିବା ଉଚିତ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାର ଯଦି ସମ୍ବିଧାନ ନିଦେ୍ର୍ଦଶିତ ଗଣତାନ୍ତ୍ରିକ ନୀତି ଓ ନିଦେ୍ର୍ଦଶର ଲକ୍ଷ୍ମଣରେଖା ଅତିକ୍ରମ କରନ୍ତି ତେବେ ସେହି ରାଜ୍ୟ ବା ଦେଶର ଜନଗଣଙ୍କୁ ତାହାର କୁପରିଣାମ ଭୋଗିବାକୁ ପଡ଼େ । ତେଣୁ ଶାସକ ଓ ଶାସନତନ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରାଇବାରେ ଜନଗଣଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ଶୁକ୍ରବାର ଦିନ ଗଣତନ୍ତ୍ର ବଞ୍ଚାଅ ସଂଗଠନ ପକ୍ଷରୁ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟଷ୍ଟେସନ କ୍ଲବ୍ ସଭାଗୃହରେ ଆୟୋଜିତ ସାଂପ୍ରତିକ ଓଡ଼ିଶାର ରାଜନୀତି ଓ ଗଣତନ୍ତ୍ରର ଅସ୍ମିତା ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସ୍ତମ୍ଭକାର ସୁଦର୍ଶନ ଦାସ, ଓକିଲ ସଂଘର ସଭାପତି ମନୋଜ ନାୟକ, କାଉନ୍ସିଲର୍ ସତ୍ୟଶିବ ସୁନ୍ଦର ଦାଶ, ନାରୀନେତ୍ରୀ ତାପସୀ ପ୍ରହରାଜ, ବରିଷ୍ଠ ଆଇନଜୀବୀ ଶରତ କୁମାର ମହାପାତ୍ର, ଶ୍ରମିକନେତା ଭାଗବତ ପ୍ରତିହାରୀ, ଭିଟାମାଟି ସୁରକ୍ଷା ଆନେ୍ଦାଳନର ନେତା ଅରୁଣ ଜେନା ପ୍ରମୁଖ ସେମାନଙ୍କୁ ଆଲୋଚନାରେ ରାଜ୍ୟ ସରକାରଙ୍କ ସାଂପ୍ରତିକ ଶାସନ ବ୍ୟବସ୍ଥା ଓ ଅଗଣତାନ୍ତ୍ରିକ କାର୍ଯ୍ୟଧାରା ଉପରେଆଲୋକପାତ କରିଥିଲେ । ନିର୍ବାଚିତ ଜନପ୍ରତିନିଧିଙ୍କ ଠାରୁ ଅମଲାତନ୍ତ୍ର ଅଧିକ କି୍ରୟାଶୀଳ ବୋଲି ରାଜ୍ୟରେ ଯେଉଁ ପ୍ରହସନ ଚାଲିଛି, ତାହାକୁ ଦୃଢ଼ ବିରୋଧ କରାଯିବା ଉଚିତ ବୋଲି ସେମାନେ ମତ ଦେଇଥିଳେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତି କିମ୍ବା ସଂଗଠନକୁ ଚପାଇ ଦେବାପାଇଁ ଓ ନିର୍ଭୀକ ଗଣମାଧ୍ୟମର କଣ୍ଠରୋଧ ପାଇଁ ରାଜ୍ୟ ଓ ସମଗ୍ର ଦେଶରେ ଶାସକଶ୍ରେଣୀ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହା ବିରୋଧରେ ଦେଶପ୍ରେମୀ ଜନଗଣ ସଜାଗ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ । ଅନ୍ୟତମ ଆବାହକ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଆଲୋଚନାଚକ୍ରର ଭିତ୍ତିପତ୍ର ଉପସ୍ଥାପିତ କରି ଦଳମତ ନିର୍ବିଶେଷରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଏହିଭଳି ଆଲୋଚନାଚକ୍ରର ପ୍ରାସଙ୍ଗିକତା ଉପରେ ମତ ଦେଇଥିଲେ । ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚକ୍ରରେ ବାଲେଶ୍ୱରର ବିଭିନ୍ନ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।