ସିମୁଳିଆ-୧୭/୧୦-ସିମୁଳିଆ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିଚାଲିଛି । କେତେବେଳେ ଛିନତାଇ କରୁଛନ୍ତି ତ କେତେବେଳେ ପୁଣି ଦୋକାନ ଘର ଭାଙ୍ଗି ଲୁଟ । ଆଜି ସକାଳ ସମୟରେ ଦୋକାନ ଖୋଲିବା ବେଳେ ଜଣେ ସୁନା ଦୋକାନରୁ ୨ଲକ୍ଷରୁ ଉଦ୍ଧ୍ୱର୍ ସୁନା ଗହଣା ଦୁର୍ବୃତ୍ତମାନେ ଝାମ୍ପି ନେଇଥିବାର ସିମୁଳିଆ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି ।
ଅଭିଯୋଗ ଅନୁଯାୟୀ ପୁରୁଷୋତ୍ତମପୁର ପଞ୍ଚାୟତର ବମତିଆ ଗ୍ରାମର ନରହରି ସାହୁ ସାହୁଖୋର୍ଦ୍ଧା ଛକରେ ଏକ ଗହଣା ଦୋକାନ କରି ପରିବାର ପୋଷନ୍ତି । ପ୍ରତିଦିନ ପରି ଶନିବାର ସକାଳ ୭.୩୦ମିନିଟ ସମୟରେ ଦୋକାନକୁ ଆସି ଦୋକାନ ସଫା କରିବା ସହିତ ଦୋକାନ ପୂଜା ନିମନ୍ତେ ପାଖ ଟୁ୍ୟବେଲରୁ ପାଣି ଆଣିବାକୁ ଯାଇଥିଲେ । ଗହଣା ବ୍ୟାଗଟିକୁ ଦୋକାନ ଭିତରେ ରଖିଦେଇ ଯାଇଥିଲେ ।
ପାଣି ନେଇ ଫେରିବାବେଳକୁ ଏକ ପଲସର ଗାଡ଼ିରେ ଦୁଇଜଣ ବ୍ୟାଗଟିକୁ ଦୋକାନରୁ ଝାମ୍ପିନେଇ ଦୃତବେଗରେ ରାଣୀତାଲ ଆଡକୁ ଚାଲିଯାଇଥିଲେ । ପଛ ପଟରୁ ଯେତେ ଚିକ୍ରାର କରି ଲୋକମାନଙ୍କୁ ଡାକିବାବେଳକୁ ସମସ୍ତ ସୁନାଥିବା ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲା । ସେହି ବ୍ୟାଗ ଭିତରେ ୧.୫କେଜି ରୂପା ଓ ୨ଭରିରୁ ଉଦ୍ଧ୍ୱର୍ ସୁନା ଓ ନଗଦ ୧୫ହଜାର ଟଙ୍କା ଥିଲା । ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉଦ୍ଧ୍ୱର୍ ହେବ । ଘଟଣାର ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରୁଥିବାର ଜଣାଯାଇଛି ।