Odisha news

ଚାଲୁଣୀ ଗାଁରେ ରକ୍ତଦାନ ଶିବିର

0

ସିମୁଳିଆ : ସିମୁଳିଆ ବ୍ଲକ ଅନ୍ତର୍ଗତ ଚାଲୁଣୀ ଗାଁ ପଚାୟତରଏକ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଚାଲୁଣି ଗାଁ ରାମେଶ୍ୱର ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବିବରଣୀରୁ ପ୍ରକାଶ ଚାଲୁଣି ଗାଁର ରାମେଶ୍ୱର ଭଲୁ୍ୟଣ୍ଟାରୀ ସଂଗଠନର ସଭାପତି ବିଜୟ କୁମାର ନାୟକ ଓ ସଂପାଦକ କୃଷ୍ଣକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ମୁଖ୍ୟଅତିଥିଭାବେ ବାଲେଶ୍ୱର ମେଡିକାଲର ଡ.ବିଜୟ କୁମାର ପଣ୍ଡା ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।

ଉକ୍ତ ଶିବିରକୁ ବାଲେଶ୍ୱର ରକ୍ତଭଣ୍ଡାରର ଡାକ୍ତର ଡ.ଅକ୍ଷୟ କୁମାର ମହାନ୍ତି ଓ ତାଙ୍କ ଟିମ୍ଙ୍କ ସହାୟତାରେ ୧୧୪ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭ୍ୟ କେଳାସ ଚନ୍ଦ୍ର ପାତ୍ର,ଗୈ÷ାରାଙ୍ଗ ଚରଣ ସାହୁ,ରାଧାକାନ୍ତ ଦଳେଇ,ବିକାଶ କୁମାର ମହାନ୍ତି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ସଂଗଠନର ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

Leave A Reply