Odisha news

୪୦ଆକ୍ରାନ୍ତ ଚିହ୍ନଟ ପରେ ଅମୃତପୁର ଓ ବିରବ୍ରହ୍ମପୁର ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

0

ସିମୁଳିଆ : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧିିକୁ ନେଇ ପଞ୍ଚାୟତର ସରପଞ୍ଚ ରାଧାଗୋବିନ୍ଦ ଧଡା ୧୦୯ ଘଣ୍ଟା ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ସିମୁଳିଆ ବ୍ଲକର କାଞ୍ଚପଡା ପଞ୍ଚାୟତର ଦୁଇଟି ଗ୍ରାମରୁ ଏକ ସଙ୍ଗେ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏଥି ସହିତ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଓ ସରପଞ୍ଚଙ୍କ ସ୍ୱାମୀ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଗ୍ରାମଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ୧୦ଟି ୱାର୍ଡକୁ ବଫର ଜୋନ୍ଭାବେ ଘୋଷଣା କରିଛନ୍ତି ।

ବିବରଣୀରୁ ପ୍ରକାଶ କାଞ୍ଚପଡା ପଞ୍ଚାୟତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାଞ୍ଚପଡା ପଞ୍ଚାୟତର ବିରବ୍ରହ୍ମପୁର ବଡ ପୋଲ ପ୍ରବେଶ ପଥ, ଜେନା ସାହି ଛକ,ମୁନୀ ଛକ,ନାଳବଡି ଛକ,ଗୋଲପେଡା ଛକ ଓ ହନୁମାନ ଛକକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଏଥି ସହିତ ଡିଆଁ ପୁରୁଷୋତ୍ତମପୁର,ଜଗନ୍ନାଥପୁର,ରଘୁନାଥପୁର ଶାସନ,ତାଳପଦା,କାଞ୍ଚପଡା,ବେଗୁନିଆ ଓ ଗୋପିବିନ୍ଧା ଛକକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇ ରାସ୍ତାଗୁଡ଼ିିକ ସିଲ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ଅଗଷ୍ଟ୨୫ତାରିଖ ସଂନ୍ଧ୍ୟା ୬ଟାରୁ ସେପ୍ଟେମ୍ବର ୪ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବାର ନିଦେ୍ର୍ଦଶ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଚିଠି ନଂ ୨୩୬୫ମୂଳେ ସିମୁଳିଆ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିବାର ଜଣାଯାଇଛି । ପ୍ରକାଶ ଥାଉକି ଏହି ପଞ୍ଚାୟତର କରୋନା ଯୋଦ୍ଧାଭାବେ ସରପଞ୍ଚ ସୁକାନ୍ତି ମହାରଣା ଆଗରୁ ଥରେ ଆକ୍ରାନ୍ତ ହୋଇଥିଲେ । ଦ୍ୱିତୀୟ ଥର ଆକ୍ରାନ୍ତ ହୋଇ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ସରପଞ୍ଚଙ୍କ ସ୍ୱାମୀ ଦାଶରଥି ମହାରଣା ଆକ୍ରାନ୍ତ ହୋଇ କୋବିଡ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି ।

Govt
Leave A Reply