Odisha news

ପୁଣି ଶିମିଳିପାଳ ପାଦଦେଶରୁ ୨୮ ଦେଶୀ ବନ୍ଧୁକ ଜବତ

0

ବାରିପଦା : ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ ସଫଳତା । ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଥିବା ଗ୍ରାମ ତଥା ଆଖପାଖ ଗ୍ରାମ ଗୁଡିକରେ ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ବନ୍ଧୁକ ସମେତ ସମସ୍ତ ମାରଣାସ୍ତ୍ର ଗୁଡିକୁ ପୋଲିସ ନିକଟରେ ସମର୍ପଣ କରିବାକୁ ସଚେତନ କରାଯିବା ପରେ ବଡସାହି ପୋଲିସ ରେଣ୍ଟାସାହିରୁ ୧୬ଟି ଏବଂ ଚନ୍ଦନଚତୁରୀ ଲୋଧାସାହିରୁ ୧୨ଟି ମୋଟ୍ ୨୮ଟି ଦେଶୀବନ୍ଧୁକ ଜବତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଏକ ବିଶ୍ୱସ୍ତ ସୂତରୁ ଖବର ପାଇ ବଡ଼ସାହି ଥାନା ଅନ୍ତର୍ଗତ ରେଣ୍ଟାସାହି ଇଲାକାରେ ପୋଲିସ ବୁଦାମୂଳରେ ଲୁଚାଇ ରଖଯାଇଥିବା ୧୬ଟି ଦେଶୀବନ୍ଧୁକ ଜବତ କରି ଥାନାକୁ ଆଣିଥିଲେ । ସେହିଭଳି ଚନ୍ଦନଚତୁରୀ ଲୋଧାସାହି ଗ୍ରାମରେ ଅନୁରୂପ ବୁଦାମୂଳରେ ଲୁଚାଇ ରଖଯାଇଥିବା ୧୨ଟି ଦେଶୀବନ୍ଧୁକ ଜବତ କରାଯାଇଛି । ଏନେଇ ବଡସାହି ଥାନାରେ ଯଥାକ୍ରମେ ୩୧୪/୨୩ ଏବଂ ୩୧୫/୨୩ ନମ୍ବରରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଉଦେ୍ଦଶ୍ୟରେ ଜୁନ୍ ୧୮ତାରିଖରୁ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ତଲାସୀ ଅଭିଯାନରେ ଏପର୍ଯ୍ୟନ୍ତ ୧୪ଟି ମାମଲାରେ ୭୮ଟି ବନ୍ଧୁକ ଓ ଗୋଟିଏ ବନ୍ଧୁକ ତିଆରି କାରଖାନା ଜବତ ସହିତ ୨୦ଜଣଙ୍କୁ ଗିରଫ କରଯାଇଛି । ତେବେ ଏହି ଅଭିଯାନାରେ ୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିବା ଜଣାଯାଇଛି ।

Leave A Reply