Odisha news

ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆଜି ସମ୍ପୁର୍ଣ୍ଣ।

0

ପାଂଚ ପୀଢ ,୮/୧ଶିମିଳିପାଳ ଅଭୟାରଣ୍ୟରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ଅଞ୍ଚଳର ପ୍ରସିଦ୍ଧ ଲାଭ କରିଥିବା ଗୋ-ମୁହାଁ କୁମ୍ଭୀର ଗଣନା କରାଯାଇଥାଏ। ଏହି ବର୍ଷ ମଧ୍ୟ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନଖଣ୍ଡର ଯଥାକ୍ରମେ ୮ ଓ ୯ ଟି ବନାଞ୍ଚଳରେ ଥିବା ନଦୀ,ନାଳ ଓ ଜଳାଶୟ ମଧ୍ୟରେ ଥିବା କୁମ୍ଭୀରମାନଙ୍କ ଗଣନା ୬ ତାରିଖରୁ ଆରମ୍ଭ ହୋଇଥିଲା। ସମୁଦାୟ ୨୦ ଟି ଟିମ୍ ଗଠନ କରାଯାଇ କୁମ୍ଭୀରଙ୍କ ଗଣନା କରାଯାଉଥିବା କହିଛନ୍ତି ଶିମିଳିପାଳ ଅଭୟାରଣ୍ୟ ଅତିରିକ୍ତ ବନ ସଂରକ୍ଷକ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବାହାରିଥିବା ଶାଳନ୍ଦୀ,ଦେଓ,ଖଇରୀ, ଭଣ୍ଡନ ଓ ବୁଢ଼ାବଳଙ୍ଗ ପରି ନଦୀରେ ବିଶେଷ ଭାବରେ କୁମ୍ଭୀର ଦେଖାଯାଇଥାଏ। ତେବେ ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ ଏଠାରେ ୮୧ ଟି ୨୦୨୨ ମସିହାରେ ୮୩ ଟି ଏଵଂ ୨୦୨୩ ମସିହାରେ ୮୬ ଟି କୁମ୍ଭୀର ଥିବା ଜଣାପଡ଼ିଥିଲା। ପ୍ରତ୍ୟେକ ବର୍ଷ ଏହାର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଅଞ୍ଚଳ ଏହି ପ୍ରଜାତିର କୁମ୍ଭୀରଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ହୋଇପାରେ ବୋଲି ଅନେକ ପରିବେଶବିତ୍ ପ୍ରକାଶ କରନ୍ତି। ତେଣୁ ସେମାନଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣା ଆବଶ୍ୟକ।ଏହା ସହ ଯଶିପୁର ବ୍ଲକ ରାମତୀର୍ଥ ଠାରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ରାଜ୍ୟ ସରକାର କିପରି ପୁନରାମ୍ଭ କରିବେ ସେ ବିଷୟରେ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ତେବେ କିଛି ବର୍ଷତଳେ ଏହି ପ୍ରଜାତିର କୁମ୍ଭୀର ପ୍ରାୟ ୫ ହଜାର ମିଟର ସମୁଦ୍ର ପତନଠାରୁ ଉପରେ ଦେଖିବାକୁ ମିଳିଥିଲା।ଏତେ ଉଚ୍ଚରେ ଏହି କୁମ୍ଭୀର କିପରି ବଞ୍ଚି ରହିପାରୁଛି ତାହା ଅନେକ ପରିବେଶବିତ୍ ଓ ବୈଜ୍ଞାନିକମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା। ତେଣୁ ଏହି ପରିବେଶ ବୋଧେ ଏହି ପ୍ରଜାତିର କୁମ୍ଭୀରଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ହୋଇପାରେ ବୋଲି ଅନେକ ପରିବେଶବିତ୍ ମତବ୍ୟକ୍ତ କରନ୍ତି।

Leave A Reply