Odisha news

ଟ୍ରକ ଧକ୍କାରେ ଯୁବକ ମୃତ୍ୟୁ

0

କଣାସ,୦୮/୦୧/ :ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଦୋଖଣ୍ଡପୁର ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ  ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଡିଛି।ଖବର ନେବାରେ ଜଣାପଡିଛି କଳାପଦର  ଗ୍ରାମର ମାଧବ ସାହୁଙ୍କ ପୁତ୍ର ସମୀର ସାହୁ(୨୫) ନିଜ ମାମୁଁ ଘର ଦୋଖଣ୍ଡପୁର ଗ୍ରାମକୁ ଆସିଥିବା ବେଳେ ଶୌଚ ହୋଇ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଆନ୍ଦ୍ର ଟ୍ରକ ପୁରୀ ଆଡ଼କୁ ଯାଉଥିବା ବେଳେ ଯୁବକ ଜଣକୁ ଧକ୍କା ଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।ଘଟଣା ସ୍ଥଳରେ ଯୁବକର ମୃତ୍ୟୁ ଘଟିଛି ।  ସ୍ଥାନୀୟ ଲୋକମାନେ ଜଗନ୍ନାଥ ସଡ଼କରେ ରାସ୍ତା ରୋକ କରିଥିବା ବେଳେ ଘଟଣା ସ୍ଥଳରେ ସତ୍ୟବାଦୀ ଥାନା ପହଞ୍ଚି ଗାଡ଼ି ଓ ଚଳକଙ୍କୁ ଅଟକ ରଖିଛି ।ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ ।କିଭଳି ପରିବାର ଲୋକ ଆର୍ଥିକ ସହାୟତା ପାଇବେ ସେଥିପାଇଁ ଆଲୋଚନା କରିଥିଲେ । ରେଡକ୍ରସ ପକ୍ଷରୁ  ୨୦ହଜାର ସହାୟତା ଦିଆଯାଇଛି ।ପରେ  ରାସ୍ତା ରୋକ ହଟିଥିଲା ।ମୃତ ଯୁବକର ସବ ବେବଛେଦ ପାଇଁ ସତ୍ୟବାଦୀ ପୁଲିସ ପୁରୀ ହସ୍ପିଟାଲକୁ ପଠାଇ ଥିବା ଜଣାପଡିଛି ।

Leave A Reply