Odisha news

ଆମେରିକା ସେନା ବାହିନୀ ରେ ବଦଳିଲା ୨୪୬ ବର୍ଷର ଇତିହାସ ,ଶିଖ ସୈନିକଙ୍କୁ ମିଳିଲା ପଗଡି ପିନ୍ଧିବାର ଅନୁମତି

ନୂଆଦିଲ୍ଲୀ : ଆମେରିକା ମରିନ କର୍ପସ ରେ ୨୬ ବର୍ଷର ଜଣେ ଶିଖ ଅଫିସର ଙ୍କୁ ବର୍ତମାନ ପଗଡି ପିନ୍ଧିବାର ଅନୁମତି ମିଳିଛି l ଆମେରିକା ସେନା ରେ ୨୪୬ ବର୍ଷରେ ଏହା ପ୍ରଥମଥର ପାଇଁ ଘଟିଛି  l  ସୈନିକ ଜଣଙ୍କ ସମ୍ପୂର୍ଣ ଧାର୍ମିକ ସ୍ୱାଧୀନତା ର ଅଧିକାର ମାଗିଥିଲେ ଓ ଏପରି ନହେବା ଦ୍ୱାରା ସେ ନିଜ କୋର ବିରୁଦ୍ଧରେ କେଶ କରିବା ପାଇଁ ମଧ୍ୟ ବିଚାର କରୁଥିଲେ l ଦ ନ୍ୟୁ ୟର୍କ ଟାଇମ୍ସ ର ଗୋଟିଏ ତଥ୍ୟ ଅନୁସାରେ ପାଞ୍ଚ ବର୍ଷ ହେଲା ସବୁଦିନ ସକାଳେ ଲେଫ୍ଟନେଣ୍ଟ ସୁଖବିର ତୁର ୟୁନାଇଟେଡ଼ ଷ୍ଟେଟ୍ସ ର ମରିନ କର୍ପସ ର ପୋଷାକ ପିନ୍ଧୁଥିଲେ l

ଗତ ଗୁରୁବାର ଦିନ ତାଙ୍କୁ ଗୋଟିଏ ସଚୋଟ ଶିଖ ର ପଗଡି ପିନ୍ଧିବାର ମଉକା ମିଳିଲା l ଏହା ୨୪୬ ବର୍ଷର ଇତିହାସ କୁ ବଦଳାଇ ରଖିଦେଲା l ତୁର ଗୋଟିଏ ସାକ୍ଷାତକାର ରେ କହିଛନ୍ତି ଶେଷରେ ମତେ ନିଜ ବିଶ୍ୱାସ ଓ ନିଜ ଦେଶକୁ ବଛାବକୁ ନେଇ ସମୟ ଆସିଲା ନାହିଁ l ମୁଁ ଯେମିତି ଅଛି ସେମିତି ରହି ଉଭୟଙ୍କର ସମ୍ମାନ କରୁଛି l ତୁର କହିଛନ୍ତି ଚଳିତ ବର୍ଷ ଯେତେବେଳେ ତାଙ୍କୁ କ୍ୟାପଟେନ କରିବାର ନିଷ୍ପତି ନିଅ ଯାଇଥିଲା ସେ ଏଥିପାଇଁ ଅପିଲ କରିବାର ନିଷ୍ପତି ନେଇଥିଲେ l

ରିପୋର୍ଟ ରେ କୁହାଯାଇଛି ତୁର ଏହି ଅଧିକାରକୁ ଲାଭ କରିବା ପାଇଁ ସଂଘର୍ଷ କରିଥିଲେ l ଏହା ଆମେରିକାରେ ପ୍ରଥମ ମାମଲା ଯେବେ କୌଣସି ଶିଖ ଏଭଳି ନିଷ୍ପତି ନେଇଥିଲେ l ୱାସିଂଟନ ଓ ଓହୟ ରେ ପାଠପଢି ବଡ ହୋଇଥିବା ପ୍ରବାସୀ ଭାରତୀୟ ପୁତ୍ର ତୁର ଅନେକ ଦିନପରେ ଡ୍ୟୁଟି ସମୟରେ ପଗଡି ପିନ୍ଧିବାର ଅନୁମତି ମିଳିଛି l କିନ୍ତୁ ଯୁଦ୍ଧ ସମୟରେ ସେ ପଗଡି ପିନ୍ଧି ପାରିବେ ନାହିଁ l

Comments are closed.