Odisha news

କୋଭିଡ-୧୯ ମୁକାବିଲା ପାଇଁ ସହଯୋଗ ର ହାତ ବଢାଇଲା ଏସ୍ଆଇଡିବିଆଇ(SIDBI) :ଭୁବନେଶୂରରେ ଥିବା ଏହାର ସ୍ୱାବଲମ୍ବନ ଏକାଡେମିକ କେନ୍ଦ୍ର ଏକ କ୍ୱାରେଟ୍ଟାଇନ କେନ୍ଦ୍ର ଭାବେ ବ୍ୟବହୃତ ହେବ

0

ଭୁବନେଶୂର ୮.୦୪.୨୦୨୦-: ଦେଶରେ କ୍ଷୁଦ୍ର, ଅତିକ୍ଷୁଦ୍ର ଏବଂ ମଧ୍ୟମଧରଣ ବ୍ୟବସାୟମାନଙ୍କ ପାଇଁ ପ୍ରମୋଶନ ଫାଇନାସ ଓ ଡେଭଲପ୍ମେଟ୍ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସ୍ମଲ ଇଡଷ୍ଟ୍ରିଜ୍ ଡେଭଲପ୍ମେଟ୍ ବ୍ୟାଙ୍କ ଅଫ ଇଣ୍ଡିୟା (ଏସ୍ଆଇଡିବିଆଇ) ଆଜି ଆଉ ଏକ ପାଦ ଆଗକୁ ଯାଇ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଛି । ଭୁବନେଶୂର ସ୍ଥିତ ଜୟଦେବବିହାର ରେ ଥିବା ଏହାର ତାଲିମ ପ୍ରତିଷ୍ଠାନ, ସ୍ୱାବଲମ୍ବନ ଏକାଡେମିକ କେନ୍ଦ୍ରକୁ କ୍ୱାରେଟ୍ଟାଇନ କେନ୍ଦ୍ରରେ ପରିଣତ କରି ଆକ୍ରାନ୍ତ ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସିଥିବା ଲୋକଙ୍କ ପାଇଁ ସୁବିଧା ଯୋଗାଇବା ଲକ୍ଷ୍ୟ ରେ ରାଜ୍ୟ ସରକାରଙ୍କ ଏହି ଜରୁରୀକାଳୀନ ପରସ୍ଥିତି ରେ ସହଭାଗିତା କରିବାରେ ଆଗେଇ ଆସିଛି ।
ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ମହମ୍ମଦ ମୁସ୍ତଫା (ସିଡବି) ନିଜର ପରିପେକ୍ଷି ରେ କହିଛନ୍ତି,“ ଆମେ ଦେଶର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରତିଶ୍ମ୍ରତିବଦ୍ଧ ଏବଂ କୋଭିଡ-୧୯ ବିରୋଧରେ ଲଢିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବୁ । ବିପଦ ବିରୋଧରେ ଲଢିବା ପାଇଁ ଆମେ ଏକ ଦାଇତ୍ୱବାନ ଅନୁଷ୍ଠାନ ଭାବରେ ଅନ୍ୟାନ୍ୟ ସକ୍ରିୟ ପଦକ୍ଷେପ ମଧ୍ୟ ନେଇଛୁ । କରୋନା ଭାଇରସରୁ ଉତ୍ପନ୍ନ ଜାତୀୟ ଆଭାନର ଜବାବରେ ସ୍ୱାସ୍ଥ୍ୟ ରାଷ୍ଟ୍ରଦ୍ୱତ (ଡାକ୍ତର ଏବଂ ଶ୍ରମିକ) ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତମୂଳକ ଉଦ୍ୟମକୁ ଏହା ଆମର ଅଭିବାଦନ” ।
ବ୍ୟବସାୟମାନଙ୍କ ସମଗ୍ର ପ୍ରକ୍ରିୟା ଶୃଙ୍ଖଳା ପାଇଁ ଯୋଜନା ପ୍ରସ୍ତୁତ କରି ବ୍ୟବସାୟୀକ ଏଟ୍ରପ୍ରାଇଜ୍ ଇକୋସିଷ୍ଟମକୁ ମଜବୁତ କରିବା ଏହାର ଉଦ୍ୟମ ।(ସ୍ମାଇଲ ସ୍କିମ ଅନୁଯାୟୀ ର୍ଷ୍ଟାଟ ଅଫ ଠାରୁ ଆରମ୍ଭ କରି ଏମଏସମଏମଇଏସ-ସେଫ ପ୍ଳସ୍,ସିଏସଏଏସ୍ଏବଂ ଏହାର ବିଦ୍ୟମାନ ସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ଆର୍ଥିକ ୱିଣ୍ଡୋ) । ଏହି ମାସ ଆରମ୍ଭରେ ଏସ୍ଆଇଡିବିଆଇ ପିଏମ କେରସ୍ ପାଣ୍ଠିକୁ ୧୫ କୋଟି ଟଙ୍କା ପ୍ରଦାନ କରିଛି ।

Nalco
Leave A Reply